Home / ଆମ ଓଡ଼ିଶା / ଜାତୀୟ ପଞ୍ଚାୟତିରାଜ ଦିବସ-୨୬ ପାଳିତ

ଜାତୀୟ ପଞ୍ଚାୟତିରାଜ ଦିବସ-୨୬ ପାଳିତ

IMG 20260424 WA0037 NtvOdia

ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ଜାତୀୟ ପଞ୍ଚାୟତିରାଜ ଦିବସ – ୨୬ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ। ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ୧୦୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୧୬ଟି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଗୋଷ୍ଠୀ ନିବେଶ ରାଶି ଓ ବ୍ୟକ୍ତିଗତ ପାଇଖାନା ପାଇଁ ପ୍ରତୀକାତ୍ମକ ଚେକ ବଣ୍ଟନ କରାଯାଇଥିଲା। ଗ୍ରାମାଞ୍ଚଳର ପ୍ରଗତି ପାଇଁ ସରକାର ଆଉ ଏକ ପାଦ ଆଗକୁ ବଢାଇଛନ୍ତି। ସାମଗ୍ରିକ ସହଭାଗିତାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରି ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତର ଶକ୍ତିକୁ ଅନୁଭବ କରି ଗାଁର ବିକାଶରେ ହିଁ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ନିହିତ, ସେଥିପାଇଁ ଓଡ଼ିଶା ସରକାର ତୃଣମୂଳ ସ୍ତରର ବିକାଶକୁ ସର୍ବଦା ପ୍ରାଥମିକତା ଦେଉଛନ୍ତି ବୋଲି ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷ ପ୍ରହଲ୍ଲାଦ ନାଏକ, ଜିଲ୍ଲାପରିଷଦ ସଭ୍ୟ ମଧୁସୂଦନ ଓତା, ସମାଜସେବୀ ବେଣୁଧର ଦାସ, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର ଓ ଭାରପ୍ରାପ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କାଳିଆ ମଲ୍ଲିକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ମାଝୀ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *