Home / ଆମ ଓଡ଼ିଶା / ମଞ୍ଚ ସାଜସଜ୍ଜା ପାଇଁ ନାଟ୍ ପକ୍ଷରୁ କୌଶିକ ଜାଲ ସମ୍ବର୍ଦ୍ଧିତ

ମଞ୍ଚ ସାଜସଜ୍ଜା ପାଇଁ ନାଟ୍ ପକ୍ଷରୁ କୌଶିକ ଜାଲ ସମ୍ବର୍ଦ୍ଧିତ

IMG 20260426 WA0018 NtvOdia

ବାଉଁଶୁଣୀ: ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଜମଟାଙ୍ଗି ଗ୍ରାମର କୌଶିକ ଜାଲ ମଞ୍ଚ ସାଜସଜ୍ଜା ପାଇଁ ବେଶ ପରିଚିତ। ଏକାଧାରରେ ସେ କାଷ୍ଟ ଓ ମାଟିମୂର୍ତ୍ତି କାରିଗର ସହ ଜଣେ ଉଚ୍ଚକୋଟୀର ଚିତ୍ରକର ମଧ୍ୟ ଅଟନ୍ତି। ଏହାଛଡା ବିଭିନ୍ନ ନାଟକର ମଞ୍ଚରେ ଦୃଶ୍ୟ ଉପଯୋଗୀ ସାଜସଜ୍ଜା ପାଇଁ ଜଣେ ଦକ୍ଷ ମଞ୍ଚକଳା ନିର୍ଦେଶକ ଭାବେ ନିଜର ବିଶେଷ ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥିପାଇଁ ସୋନପୁର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ନାଟ୍ ମେଲା ଅବସରରେ ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର୍ ଏମୋଚ୍ୟୋର ଥିଏଟର (ନାଟ୍) ପକ୍ଷରୁ ରବିବାର ଦିନ କୌଶିକଙ୍କୁ ନାଟ୍ ବିଶ୍ୱକର୍ମା ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରଦ୍ୟୁମ୍ନ ସାହୁ, ସମ୍ପାଦକ ବନମାଳି ପଣ୍ଡା, ବିଶିଷ୍ଟ ସିନେ କଳା ନିର୍ଦେଶକ ପ୍ରେମଚାନ୍ଦ (ମଣ୍ଟୁ) ମହାପାତ୍ର, ନାଟ୍ୟଶ୍ରୀ ଗଦାଧର ବାରିକ, ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ ଡ଼. ଦ୍ଵାରିକାନାଥ ନାୟକ, ନାଟ୍ୟକର୍ମୀ ପ୍ରସନ୍ନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Tagged:

Leave a Reply

Your email address will not be published. Required fields are marked *