Home / ଆମ ଓଡ଼ିଶା / ଲାଇନ ଗଲେ ଜିଓ ନେଟୱାର୍କ ଫେଲ, ଉପଭୋକ୍ତା ହନ୍ତସନ୍ତ

ଲାଇନ ଗଲେ ଜିଓ ନେଟୱାର୍କ ଫେଲ, ଉପଭୋକ୍ତା ହନ୍ତସନ୍ତ

ChatGPT Image Jan 24 2026 09 53 52 PM NtvOdia

ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣୀ ବଜାରରେ ବସିଥିବା ଜିଓ ମୋବାଇଲ ଟାୱାରରେ ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ବାରମ୍ବାର ନେଟୱାର୍କ ଫେଲ ରହୁଥିବା ଅଭିଯୋଗ ହେଉଛି। ରବିବାର ଦିନ  ୭ଘଣ୍ଟା ସମୟରୁ ଦିନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମରାମତି ଓ ଗଛକଟା ପାଇଁ ଲାଇନ କଟା ଯାଇଥିଲା। ଫଳରେ ଜିଓ ଟାୱାରର ନେଟୱାର୍କ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଫେଲ ରହିଥିଲା। ଏଥିଯୋଗୁଁ ଜିଓ ଉପଭୋକ୍ତା ମାନେ ମୋବାଇଲ ବ୍ୟବହାର କରି ନପାରି ହଇରାଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଅଧିକ ସମୟ ଧରି ଲାଇନ୍ ଗଲେ ଏହି ଟାୱାରର ନେଟୱାର୍କ ବାରମ୍ବାର ଫେଲ ହେଇ ଯାଉଛି। ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ଏଭଳି ନେଟୱାର୍କ ଫେଲ ହେଉଛି ବୋଲି ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଜିଓ ଟାୱାର ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନେଟୱାର୍କ ଫେଲ ବିଷୟରେ ବୁଝିବା ପାଇଁ ଫୋନ କରାଯାଇଥଲେହେଁ ସେ ଫୋନ ଉଠାଉ ନଥିବାରୁ ନେଟୱାର୍କ ଫେଲ ସମ୍ବନ୍ଧରେ କୌଣସି ସୂଚନା ମିଳି ପାରିନାହିଁ। ଯାହାକୁ ନେଇ ଜିଓ ମୋବାଇଲ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Tagged:

Leave a Reply

Your email address will not be published. Required fields are marked *