ବୌଦ୍ଧ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏକ ‘ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସହ ଜିଲ୍ଲା ସଙ୍ଘ ଚାଳକ ସଞ୍ଜୟ କୁମାର ତନ୍ତୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ରାଷ୍ଟ୍ର ଗଠନ ପ୍ରକ୍ରିୟା ଉପରେ ଗଭୀର ମାନସ ମନ୍ଥନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆରଏସଏସର ପୂର୍ବ କ୍ଷେତ୍ର କାର୍ଯ୍ୟବାହ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ନିଜ ଅଭିଭାଷଣରେ ସଂଘର ଶତାବ୍ଦୀ ବର୍ଷ ଯାତ୍ରା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ବ୍ୟକ୍ତି ଚରିତ୍ରର ପରିବର୍ତ୍ତନ ହିଁ ସମାଜ ଓ ରାଷ୍ଟ୍ର ପରିବର୍ତ୍ତନର ମୂଳଦୁଆ। ଭାରତକୁ ପରମ ବୈଭବଶାଳୀ କରିବା ସହ ବିଶ୍ୱ ଦରବାରରେ ‘ଜଗତ ଗୁରୁ’ ଆସନରେ ଅଧିଷ୍ଠିତ କରାଇବା ପାଇଁ ସମସ୍ତେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତ୍ୟେକ ନାଗରିକଙ୍କ ନୈତିକ ଉତ୍ଥାନ ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଗୋଷ୍ଠୀରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ, କବି, ଲେଖକ, କ୍ରୀଡ଼ାବିତ୍, ବୁଦ୍ଧିଜୀବୀ, ଡାକ୍ତର, ଶିଳ୍ପପତି, କଳାକାର,ସାମ୍ବାଦିକ ଏବଂ ଶିଳ୍ପପତିମାନେ ଅଂଶଗ୍ରହଣ କରିଥିଲେ। ଉପସ୍ଥିତ ଅତିଥିମାନେ ସଂଘର ସମାଜ ସଂସ୍କାର ମୂଳକ କାର୍ଯ୍ୟକୁ ପ୍ରଶଂସା କରିବା ସହ ଦେଶର ପ୍ରଗତିରେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ସ୍ୱୟଂ ସେବକ ଓ ଅତିଥିମାନେ ରାଷ୍ଟ୍ରହିତ ପାଇଁ ସଙ୍କଳ୍ପବଦ୍ଧ ହୋଇଥିଲେ।ମଞ୍ଚରେ ଜିଲ୍ଲା କାର୍ଯ୍ୟବାହ ଇନ୍ଦୁ ଭୂଷଣ ମହାକୁଡ, ନଗର ସଂଘଚାଳକ ଡ଼ ସୁଦର୍ଶନ ମେହେର ଉପସ୍ଥିତ ଥିଲାବେଳେ ଜିଲ୍ଲା ପ୍ରଚାର ପ୍ରମୁଖ ରଘୁନାଥ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲା ବେଳେ ପଦ୍ମଚରଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ର ସଫଳତା ଦୃଷ୍ଟିରୁ ଦିଲ୍ଲୀପ କୁମାର ସାହୁ, ଲକ୍ଷ୍ମୀକାନ୍ତ ଜାନି, ନିରଞ୍ଜନ ମେହେର, ବିଜୟ କୁମାର ସାହୁ, ନବୀନ କୁମାର ସାହୁ, ଶିବରାମ ସାହୁ, ଦେବାନନ୍ଦ ପ୍ରଧାନ, ଡୋଳା ମଣି ଦେହୁରୀ, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
Home / ଆମ ଓଡ଼ିଶା / ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ RSS ର ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ RSS ର ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ
By NtvOdia
No Comments
April 23, 2026

Tagged:RSS Boudh Khanda
Previous Article
Next Article

ମହିଳା ସଶକ୍ତିକରଣ ପ୍ରସଙ୍ଗ: କଂଗ୍ରେସ ଓ ବିଜେଡିର ଅପପ୍ରଚାରକୁ ବୌଦ୍ଧ ବିଜେପିର ପ୍ରେସମିଟ
ଜାତୀୟ ପଞ୍ଚାୟତିରାଜ ଦିବସ-୨୬ ପାଳିତ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in





