Home / ଆମ ଓଡ଼ିଶା / ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

WhatsApp Image 2026 05 02 at 7.47.41 PM NtvOdia

ବୌଦ୍ଧ: ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ବୌଦ୍ଧ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ମହାନଦୀର ସୁରକ୍ଷା ନିମନ୍ତେ ଟ୍ରିପଲ ଇଂଜିନ ସରକାର ଓଡିଶା କୁ ନ୍ୟାୟ ପ୍ରଦାନ କରିବାରେ ବୈମାତୃକ ମନୋଭାବ ପରିପୋଷଣ କରୁଛନ୍ତି, ଏତଦ ବ୍ୟତୀତ ଆଜି ଦିଲ୍ଲୀରେ ମହାନଦୀ ଟ୍ରିବୁନାଲ ର ଶୁଣାଣି ହେଉଥିବା ଦୃଷ୍ଟିରୁ ଓଡିଶା ବାସୀଙ୍କ ପ୍ରତି ମାନ୍ୟବର ଟ୍ରିବୁନାଲ ଏକ ଅନ୍ତରୀଣ ଆଦେଶ ଅଣ ମୌସମୀ ଋତୁରେ ମହାନଦୀରେ ଜଳ ଛାଡିବାକୁ ଛତିଶଗଡ ସରକାରଙ୍କୁ ଆଦେଶ ପ୍ରଦାନ କରିବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ର ସଂଗ୍ରାମୀ ସାଥିମାନେ ଅନୁରୋଧ କରିଛନ୍ତି | ଅଦ୍ୟ ବୌଦ୍ଧ ଜିଲ୍ଲାର ମହାନଦୀ ବଞ୍ଚାଅ ଆନ୍ଦୋଳନ ସୁରକ୍ଷା କମିଟିର ସ୍ବେଛାସେବୀ ମାନେ ମାନ୍ୟବର ତ୍ରିବୁନାଲଙ୍କ ଉଦେଶ୍ୟରେ ବୌଦ୍ଧର ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଦାବୀ ପ୍ରଦାନ ସମୟରେ ବୌଦ୍ଧଜିଲ୍ଲାର ଅବକାଶ ସାହୁ , ଉଦୟ ନାଥ ଶର୍ମା , ସମରେଶ ମିଶ୍ର , ପଙ୍କଜ କର୍ଣ୍ଣ ପୌଲସ୍ତି ପ୍ରଧାନ , ବୁଦ୍ଧଦେବ ପ୍ରଧାନ, ରୋହିତାଶ୍ଵ ବେହେରା , ଅର୍ଜୁନ ମହାନନ୍ଦିଆ , ଭବାନୀ ଶଙ୍କର ବିଶ୍ୱାଳ, ଗଦା ଧର ମେଣ୍ଡିଲି, ଝରିଆ ସାହୁ , ସୁଧାଂଶୁ ଶେଖର କହଁର , କୃତିବାସ ଭୁକ୍ତା , ଅଭିଳାଷ ସ୍ୱାଇଁ , ହୃଦାନନ୍ଦ ଦେହୁରୀ , ସୁବଳ ଦ୍ୱୀପ ପ୍ରମୁଖ ସ୍ବେଛାସେବୀ ମାନେ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *