ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣୀ ବଜାରରେ ବସିଥିବା ଜିଓ ମୋବାଇଲ ଟାୱାରରେ ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ବାରମ୍ବାର ନେଟୱାର୍କ ଫେଲ ରହୁଥିବା ଅଭିଯୋଗ ହେଉଛି। ରବିବାର ଦିନ ୭ଘଣ୍ଟା ସମୟରୁ ଦିନ ୨ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମରାମତି ଓ ଗଛକଟା ପାଇଁ ଲାଇନ କଟା ଯାଇଥିଲା। ଫଳରେ ଜିଓ ଟାୱାରର ନେଟୱାର୍କ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଫେଲ ରହିଥିଲା। ଏଥିଯୋଗୁଁ ଜିଓ ଉପଭୋକ୍ତା ମାନେ ମୋବାଇଲ ବ୍ୟବହାର କରି ନପାରି ହଇରାଣ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଅଧିକ ସମୟ ଧରି ଲାଇନ୍ ଗଲେ ଏହି ଟାୱାରର ନେଟୱାର୍କ ବାରମ୍ବାର ଫେଲ ହେଇ ଯାଉଛି। ପରିଚାଳନା ଗତ ଅବ୍ୟବସ୍ଥା ଯୋଗୁଁ ଏଭଳି ନେଟୱାର୍କ ଫେଲ ହେଉଛି ବୋଲି ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଜିଓ ଟାୱାର ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନେଟୱାର୍କ ଫେଲ ବିଷୟରେ ବୁଝିବା ପାଇଁ ଫୋନ କରାଯାଇଥଲେହେଁ ସେ ଫୋନ ଉଠାଉ ନଥିବାରୁ ନେଟୱାର୍କ ଫେଲ ସମ୍ବନ୍ଧରେ କୌଣସି ସୂଚନା ମିଳି ପାରିନାହିଁ। ଯାହାକୁ ନେଇ ଜିଓ ମୋବାଇଲ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଲାଇନ ଗଲେ ଜିଓ ନେଟୱାର୍କ ଫେଲ, ଉପଭୋକ୍ତା ହନ୍ତସନ୍ତ
By NtvOdia
No Comments
April 27, 2026

Tagged:Boudh News Update
Previous Article
Next Article

ମଞ୍ଚ ସାଜସଜ୍ଜା ପାଇଁ ନାଟ୍ ପକ୍ଷରୁ କୌଶିକ ଜାଲ ସମ୍ବର୍ଦ୍ଧିତ
ବୌଦ୍ଧ ଜିଲ୍ଲାପାଳଙ୍କ ହରଭଂଗା ବ୍ଲକ୍ ପରିଦର୍ଶନ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in





