Home / ରାଜନୀତି / ମହିଳା ସଶକ୍ତିକରଣ ପ୍ରସଙ୍ଗ: କଂଗ୍ରେସ ଓ ବିଜେଡିର ଅପପ୍ରଚାରକୁ ବୌଦ୍ଧ ବିଜେପିର ପ୍ରେସମିଟ

ମହିଳା ସଶକ୍ତିକରଣ ପ୍ରସଙ୍ଗ: କଂଗ୍ରେସ ଓ ବିଜେଡିର ଅପପ୍ରଚାରକୁ ବୌଦ୍ଧ ବିଜେପିର ପ୍ରେସମିଟ

FB IMG 1776951145186 NtvOdia

ବୌଦ୍ଧ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ କଂଗ୍ରେସ ଓ ବିଜେଡ଼ି କରୁଥିବା ଭ୍ରାନ୍ତ ପ୍ରଚାରର କଡ଼ା ଜବାବ ଦେଇଛି ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି। ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପାରିତ ହୋଇଥିବା ‘ନାରୀଶକ୍ତି ବନ୍ଦନ ଅଧିନିୟମ’କୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ କହିଛନ୍ତି ଯେ, ଯେଉଁ କାମ ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ କରିପାରିନଥିଲା, ତାହା ବିଜେପି ସରକାର କରି ଦେଖାଇଛନ୍ତି। ମହିଳା ସଂରକ୍ଷଣ କେବଳ ଏକ ବିଲ୍ ନୁହେଁ, ବରଂ ମାତୃଶକ୍ତିକୁ ରାଷ୍ଟ୍ର ନିର୍ମାଣର ମୁଖ୍ୟ ସ୍ରୋତରେ ସାମିଲ କରିବାର ଏକ ଦୃଢ଼ ସଂକଳ୍ପ।
​କଣ୍ଟାମାଲ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ କହିଛନ୍ତି ଯେ, ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ଜନଗଣନା ଓ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ପରେ ହିଁ ଏହି ସଂରକ୍ଷଣ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ଼ ଭାବେ ଲାଗୁ ହେବ। କଂଗ୍ରେସ ନିଜର ବିଫଳତାକୁ ଘୋଡ଼ାଇବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରୁଛି। ବାସ୍ତବରେ ବିଜେପି ହିଁ ସର୍ବାଧିକ ସଂଖ୍ୟକ ମହିଳାଙ୍କୁ ସଂସଦ ଓ ବିଧାନସଭାକୁ ପଠାଇ ନାରୀ ନେତୃତ୍ୱକୁ ଗୁରୁତ୍ୱ ଦେଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନାରାଣୀ ମିଶ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଯୁକ୍ତା ନାଏକ୍ ପ୍ରମୁଖ ବିରୋଧୀଙ୍କ ଉପରେ ବର୍ଷିଥିଲେ l ଏହି ସମ୍ମିଳନୀ ମାଧ୍ୟମରେ ବିଜେପି ନେତୃବୃନ୍ଦ ସ୍ପଷ୍ଟ କରିଛନ୍ତି ଯେ, ବିଭ୍ରାନ୍ତିକର ତଥ୍ୟ ଦେଇ ବିରୋଧୀ ଦଳ ଲୋକଙ୍କୁ ଆଉ ଭୁଆଁ ବୁଲାଇ ପାରିବେ ନାହିଁ। ବିଜେପି ସରକାରଙ୍କ ବିକାଶ ଓ ମହିଳାଙ୍କ ପ୍ରତି ଥିବା ସମ୍ମାନ ଆଗରେ ବିରୋଧୀଙ୍କ ସବୁ ଅଭିଯୋଗ ଆଧାରହୀନ। ଆଗାମି ମେ ମାସ ପଚିଶ ତାରିଖ ରେ ମହିଳା ମାନେ ଏହାକୁ ନେଇ ଜିଲ୍ଲାରେ ଆନ୍ଦୋଳନ କରିବେ l

Leave a Reply

Your email address will not be published. Required fields are marked *