Home / ରାଜନୀତି / ଜିଲ୍ଲା ସ୍ତରୀୟ “ମିଶନ ଏ-ୱାନ ” ସ୍ୱତନ୍ତ୍ର ତାଲିମ ଶିବିରର ଦ୍ଵିତୀୟ ଦିବସ

ଜିଲ୍ଲା ସ୍ତରୀୟ “ମିଶନ ଏ-ୱାନ ” ସ୍ୱତନ୍ତ୍ର ତାଲିମ ଶିବିରର ଦ୍ଵିତୀୟ ଦିବସ

WhatsApp Image 2026 01 16 at 9.32.40 PM NtvOdia

ବୌଦ୍ଧ:ବୌଦ୍ଧ ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ଉଚ୍ଚ ବିଦ୍ୟାଳୟ ମାଉଲସିଙ୍ଗା ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ “ମିଶନ ଏ-ୱାନ” ତିନି ଦିନିଆ ସତନ୍ତ୍ର ତାଲିମ ଶିବିରର ଦ୍ଵିତୀୟ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ ଦିବସରେ ଯୋଗ ପ୍ରାଣାୟାମ, ଭାଷା, ଗଣିତ, ଇଂରାଜୀ,ବିଜ୍ଞାନ, ପରିବେଶ ବିଜ୍ଞାନ, ହିନ୍ଦୀ, ସଂସ୍କୃତ, ଧନ୍ଦାମୂଳକ ଶିକ୍ଷା ଆଦି ବିଷୟରେ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଜିଲ୍ଲାର ମିଶନ ଏ -ୱାନ ଶିବିରାର୍ଥୀଙ୍କ ଶଙ୍କା ମୋଚନ କରାଯାଇଥିଲା ଓ ପରୀକ୍ଷାରେ ଉତ୍ତମ ଲେଖା ଶୈଳୀ ଉପରେ ଗୁରୁତ୍ୱାରୋପ କରିଥିଲେ l ପ୍ରଶିକ୍ଷକ ଭାବରେ ଡମ୍ବରୁଧର ବେହେରା, ନବ କିଶୋର ଦୀପ, ଅଭିମନ୍ୟୁ ପ୍ରଧାନ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, ପ୍ରିୟଦର୍ଶିନୀ ପରିଜା, ବ୍ରଜକିଶୋର ଜଗଦଲା, ବିଭୁତି ଭୂଷଣ ମହାକୁଡ଼, ମଞ୍ଜିତ ମୋହନ ଚାନ୍ଦ, ସନ୍ଧ୍ୟାରାଣୀ ମିଶ୍ର, ରଶ୍ମିତା ସାହୁ,ସଞ୍ଜୟ ବିଶ୍ୱାଳ, ଆଦିତ୍ୟ ଦୀପ ପ୍ରମୁଖ ଛାତ୍ର ଛାତ୍ରୀଙ୍କ ବିଷୟ ଗତ ଶଙ୍କାମୋଚନ କରିଥିଲେ l ଉକ୍ତ ଶ୍ରେଣୀକାର୍ଯ୍ୟ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚୂଡ଼ାମଣି ବାରିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ପ୍ରମୁଖ ପ୍ରତ୍ୟକ୍ଷ ପରିଦର୍ଶନ କରିବା ସହିତ ସିବିରାର୍ଥୀ ମାନଙ୍କ ସହିତ ଶିକ୍ଷାଦାନରେ ସେମାନଙ୍କର ଶଙ୍କା ମୋଚନ ହୋଇଛି କି ନାହିଁ ପଚାରି ବୁଝିଥିଲେ ଏବଂ ନିର୍ଭିକ ଭାବରେ ପ୍ରଶିକ୍ଷକଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ l ଏହି ସମୟରେ ଜିଲ୍ଲାର ସମସ୍ତ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *