Home / ସଂପାଦକୀୟ / ବାଉଁଶୁଣୀରେ ହିନ୍ଦୁ ସମ୍ମିଳନୀ।

ବାଉଁଶୁଣୀରେ ହିନ୍ଦୁ ସମ୍ମିଳନୀ।

Hindu Sammilani at Baunsuni NtvOdia

ବାଉଁଶୁଣୀ; ବୌଦ୍ଧ ବ୍ଲକ ବାଉଁଶୁଣୀ ବଜାରସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶନିବାର ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବାଉଁଶୁଣୀ, ଗୋଛାପଡା, ଅଁଳାପାଲି ପଞ୍ଚାୟତକୁ ନେଇ ଗଠିତ ଧର୍ମରକ୍ଷା ସମିତି ବାଉଁଶୁଣୀ ମଣ୍ଡଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧର୍ମରକ୍ଷା ସମିତି ବାଉଁଶୁଣୀ ମଣ୍ଡଳର ସଭାପତି ନାରାୟଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବଲାଙ୍ଗୀର ବିଭାଗ ବୌଦ୍ଧିକ ପ୍ରମୁଖ ଦେବବ୍ରତ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ହିନ୍ଦୁ ସମ୍ମିଳନୀର ବୌଦ୍ଧ ଖଣ୍ଡ ସଂଯୋଜକ ଗଣେଶ୍ୱର ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହିନ୍ଦୁ ଧର୍ମର ସୁରକ୍ଷା ନେଇ ଅଭିଭାଷଣ ପ୍ରଦାନ କରିଥିଲେ। ହିନ୍ଦୁରକ୍ଷା ସମିତି ବାଉଁଶୁଣୀ ମଣ୍ଡଳର ଉପସଭାପତି ବିମ୍ବାଧର ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଇଂ ପ୍ରଭାସ ରଥ, ହୃଦୟ ରଞ୍ଜନ ଖମାରୀ, ସୁନୀଲ ବାରିକ, ଦଧିବାବନ ରଣା, ପଦ୍ମଲୋଚନ ସାହୁ, ସଞ୍ଜୟ ତନ୍ତୀ, ବାଉଁଶୁଣୀ ଆରଏସଏସ ଶାଖାର କର୍ମକର୍ତ୍ତା ଓ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *