ବୌଦ୍ଧ: ବୌଦ୍ଧ ମହୋତ୍ସବକୁ ନେଇ ଜିଲା ବିଜେପି ଦୁଇଫାଳ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମରୁ ହିଁ ମହୋତ୍ସବ ଆୟୋଜନ ନାମରେ ଜିଲାର ପ୍ରଶାସନିକ ଅଧିକାରୀମାନେ ରାଜନୈତିକ କର୍ମୀଙ୍କ ହାତରେ ପରିଚାଳିତ ହୋଇ କାର୍ଯ୍ୟକ୍ରମ ସ୍ଥିର କରୁଥିବା ନେଇ କଳାକାର ଓ ସଂଗଠନମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ଜିଲା ଆହେନ୍ଦାଳନର ନେତୃତ୍ୱ ନେଇଥିବା ଜିଲା ଓକିଲ ସଂଘକୁ ମଧ୍ୟ ଜିଲା ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ଆୟୋଜିତ ମହୋତ୍ସବରେ ସାମିଲ କରାଯାଇନଥିଲା । କିନ୍ତୁ ଜିଲା ଲୋକ ମହୋତ୍ସବର ପ୍ରଥମ ଦିବସରେ ଅତିଥି ଥିବା ଶାସକ ଦଳର ସାଂସଦ ଓ ଜିଲାର ଅନ୍ୟତମ ବିଧାୟକ ସାମିଲ ନହେବା ଏବେ ଜିଲା ବିଜେପିରେ ଫାଟ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ମହୋତ୍ସବ ଉଦଘାଟନୀ କାର୍ଯ୍ୟକ୍ରମ କିମ୍ବା ସାଂସ୍କୃତିକ ଶୋଭାଯାତ୍ରାରେ ଶାସକ ବିଜେପି ଦଳର ସଭାପତି ପ୍ରେମାନନ୍ଦ ମିଶ୍ର,ପୂର୍ବତନ ସଭାପତି ବିପ୍ର ଚରଣ ମହାନ୍ତି,ଯୁବମୋର୍ଚ୍ଚା ସଭାପତି କିମ୍ବା କୌଣସି ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ନହେବା ଏହି ଆଲୋଚନାକୁ ଅଧିକ ଖୋରାକ ଯୋଗାଇଛି । ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନିମନ୍ତ୍ରଣ ପତ୍ର ବାରମ୍ବାର ପରିବର୍ତନ କରାଯାଇଥିବା ନେଇ ବିବାଦୀୟ ସ୍ଥିତି ଉପୁଜିଛି । ଜିଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ଉକ୍ତ ଉତ୍ସବକୁ ଜିଲାର କଣ୍ଟାମାଳ ବିଧାୟକଙ୍କୁ ଡକାନଯିବା ଏବଂ ପରବର୍ତ୍ତି ସମୟରେ ପୁନର୍ବାର ନିମନ୍ତ୍ରଣ ପତ୍ର ପରିବର୍ତନ କରି ବିଧାୟକଙ୍କ ନାମ ଲେଖିବା ଘଟଣା କାହାର ଇଙ୍ଗିତରେ କରାଯାଉଅଛି ବୋଲି ଖୋଦ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜିଲାରେ ସେ ବରିଷ୍ଠ ବିଧାୟକ ହୋଇଥିଲେ ମଧ୍ୟ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଅପମାନ ଦିଆଯିବା ଭଳି ପରିସ୍ଥିତି ସୃଷ୍ଟି କରାଯାଉଅଛି । ସେହିପରି ନିର୍ବାଚନ ପରଠାରୁ ଜିଲାର ସମସ୍ୟା କିମ୍ବା ଦଳୀୟ କର୍ମୀଙ୍କ ସମସ୍ୟା ବୁଝିବାକୁ ନିର୍ବାଚିତ ସାଂସଦଙ୍କ ପାଖରେ ସମୟ ନଥିବାବେଳେ ତାଙ୍କରି ପ୍ରତିନିଧିଙ୍କ ଜରିଆରେ ପ୍ରଶାସନ ପରିଚାଳିତ ହେଉଥିବାରୁ ଖୋଦ ବିଜେପିର ନେତାମାନେ ଏହାକୁ ନେଇ ଖୋଲା ଖୋଲି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଧାର୍ଯ୍ୟ ନିୟମ ଅନୁଯାୟୀ ଜଣେ ନିର୍ବାଚିତ ସାଂସଦ କିମ୍ବା ବିଧାୟକଙ୍କ ଦ୍ୱାରା ମନୋନୀତ ପ୍ରତିନିଧି ଯେଉଁ ବୈଠକରେ ସାଂସଦ କିମ୍ବା ବିଧାୟକ ସାମିଲ ହେବାର ନିୟମ ରହିଥିବ ସେହି ବୈଠକରେ ଯୋଗଦେଇ ତଥ୍ୟ ସଂଗ୍ରହ କରିପାରିବେ । ଏପରିକି ନିର୍ବାଚିତ ପ୍ରତିନିଧିଙ୍କ ପ୍ରତିନିଧି କୌଣସି ସରକାରୀ ଅଧିକାରୀଙ୍କ ସହିତ ମଞ୍ଚରେ ବସି ସଭା ପରିଚାଳନା କରିପାରିବେନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । କିନ୍ତୁ ଜିଲାରେ ସମସ୍ତ ସରକାରୀ ବୈଠକରେ ସାଂସଦ ପ୍ରତିନିଧି ଯୋଗଦେଇ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରୁଥିବା ଜିଲାରେ ପ୍ରଶାସନିକ ବ୍ୟବସ୍ଥା ଓ ଦୁର୍ବଳତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହିତ ଶାସକ ଦଳର କାର୍ଯ୍ୟକର୍ତ୍ତାଙ୍କ ପାଇଁ ସାଧାରଣରେ ଲଜ୍ଜାଜନକ ପରିସ୍ଥିତି ସଷ୍ଟି କରିଥିବା ଆଲୋଚନା ହେଉଅଛି । ତେବେ ମୁଖ୍ୟମନ୍ତ୍ରୀ ଜିଲାକୁ ଆସିବାର ଗୋଟିଏଦିନ ପୂର୍ବରୁ ଜିଲା ବିଜେପି ସଂଗଠନରେ ଏହିଭଳି ପରିସ୍ଥିତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମହୋତ୍ସବକୁ ନେଇ ବିଜେପି ଦୁଇଫାଳ !
By NtvOdia
No Comments
January 20, 2026

Previous ArticleNext Article
Why Car Subscription Services Are Rapidly Gaining Popularity
ବାଉଁଶୁଣୀରେ ହିନ୍ଦୁ ସମ୍ମିଳନୀ।

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସ ...
March 15, 2026
ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ
March 15, 2026



