Home / ଆମ ଓଡ଼ିଶା / ବୌଦ୍ଧ ଜିଲ୍ଲା ଗସ୍ତରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ବୌଦ୍ଧ ଜିଲ୍ଲା ଗସ୍ତରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

WhatsApp Image 2026 05 07 at 6.50.31 PM NtvOdia

ବୌଦ୍ଧ: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ ନୂତନ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ । ପରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାତ୍ର ନୂତନ ହିତାଧିକାରୀ ମାନଙ୍କୁ ଖାଉଟି କାର୍ଡ ବଣ୍ଟନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା ସମସ୍ତ ଯୋଗ୍ୟ ପରିବାରଙ୍କ ପାଖକୁ ପହଞ୍ଚାଇବାକୁ ଗୁରୁତ୍ୱ ଦେଇଥିଲେ ।ତାପରେ ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟ ସମୀକ୍ଷା ବୈଠକରେ ଯୋଗଦେଇ ଖାଦ୍ୟ ସୁରକ୍ଷା ଯୋଜନାର ସଠିକ୍ କାର୍ଯ୍ୟାନ୍ବୟନ, ହିତାଧିକାରୀମାନଙ୍କୁ ଠିକ୍ ସମୟରେ ଖାଉଟି ସାମଗ୍ରୀ ବଣ୍ଟନ ଓ ପାରଦର୍ଶିତାର ସହ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ୨୦୨୫-୨୬ ବର୍ଷ ପାଇଁ ଖରିଫ ଋତୁରେ ୪୪,୮୯୮ ଜଣ ଚାଷୀଙ୍କ ଠାରୁ ୬୨ ଟି ମଣ୍ଡି ଦ୍ଵାରା ୨୦,୭୨,୯୫୫ କୁଇଣ୍ଟାଲ ଧାନ କ୍ରୟ ହୋଇଛି । ଯାହକି ଧାର୍ଯ୍ୟ ଲକ୍ଷର ୯୯.୮୫% । ମନ୍ତ୍ରୀ ଏଥିପାଇଁ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ । ଚଳିତ ରବିଋତୁ ପାଇଁ ୮,୨୯୦ ଜଣ ଚାଷୀ ୨୪ ଟି ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ହୋଇଛନ୍ତି । ଜିଲ୍ଲାରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପି ଏଚ ଏଚ ବର୍ଗରେ ୯୪,୫୪୨ଟି ପରିବାରର ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୫ କିଲୋ ଚାଉଳ ଏବଂ ଅନ୍ତୋଦୟ ଅନ୍ନ ଯୋଜନାରେ ୧୬,୨୩୫ ଟି ପରିବାରଙ୍କୁ ମାସିକ ୩୫ କିଲୋ ଚାଉଳ ଦିଆଯାଉଛି । ସେହିପରି ରାଜ୍ୟ ଯୋଜନାରେ ୩,୩୬୭ ଟି ପରିବାର ଏବଂ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜରେ ପ୍ରତି ହିତାଧିକାରୀଙ୍କୁ ୧୧୪୧୪୪ ଟି କାର୍ଡରେ ମାସିକ ୫ କିଲୋ ଚାଉଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି । ଜିଲ୍ଲାର ସର୍ବମୋଟ ୩,୬୧,୩୭୪ ଜଣ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ବିନା ମୂଲ୍ୟରେ ଖାଦ୍ୟାନ୍ନ ଯୋଗାଇ ଦିଆଯାଉଛି ।ଜିଲ୍ଲାର ୯୭% ଖାଉଟି ହିତାଧିକାରୀଙ୍କ ଇ- କେ.ୱାଇ.ସି ଭେରିଫିକେଶନ ସମ୍ପୂର୍ଣ ହୋଇଛି । ଜିଲ୍ଲାରେ ଆଜିର ଦିନରେ ବିଭିନ୍ନ ବିତରଣ କମ୍ପାନୀ ପାଖରେ ଘରୋଇ ଜାଳେଣୀ ଗ୍ୟାସ ସିଲିଣ୍ଡର ୧,୬୧୭ ଟି ବ୍ୟବସାୟୀକ ୮୨ ଟି ଏବଂ ୫ କିଲୋ ସିଲିଣ୍ଡର ୧୨୬ଟି ମହଜୁଦ ଅଛି । ସେହିପରି ଜିଲ୍ଲାର ୨୮ ଟି ତୈଳ ବିତରଣକାରୀ କେନ୍ଦ୍ର ମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଡିଜେଲ, ପେଟ୍ରୋଲ ମହଜୁଦ ଅଛି । ଏହାପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାର କୃଷି ଏବଂ ଉଦ୍ୟାନ କୃଷି ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରି ଇଣ୍ଟିଗ୍ରେଟେଡ ଫାର୍ମିଂ ଦ୍ଵାରା କୃଷକ ମାନଙ୍କୁ ସମୃଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା,କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ସ୍ଥାନୀୟ ଜନପ୍ରତିନିଧି, ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀଗଣ, ଯୋଗାଣ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ସାକ୍ଷାତକାର ଦେଇ ମାନ୍ୟବର ମନ୍ତ୍ରୀ କହିଲେ ଯେ ଜିଲ୍ଲାରେ ଜାଳେଣୀ ଗ୍ୟାସ, ଡିଜେଲ, ପେଟ୍ରୋଲର କୌଣସି ଅଭାବ ନାହିଁ । ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନାରେ ନିଶ୍ଚିତ ଭାବେ ସାମିଲ କରି ବିନା ମୂଲ୍ୟରେ ଚାଉଳ ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *