Home / ଆମ ଓଡ଼ିଶା / ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଦାୟ କାଳିନ ସମ୍ବର୍ଦ୍ଧନା ସମାରୋହ ପାଳିତ ଏବଂ ପ୍ରାଚୀର ପତ୍ରିକା ଗୌତମୀର ଦ୍ବିତୀୟ ସଂସ୍କରଣ ପ୍ରକାଶିତ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ବିଦାୟ କାଳିନ ସମ୍ବର୍ଦ୍ଧନା ସମାରୋହ ପାଳିତ ଏବଂ ପ୍ରାଚୀର ପତ୍ରିକା ଗୌତମୀର ଦ୍ବିତୀୟ ସଂସ୍କରଣ ପ୍ରକାଶିତ

WhatsApp Image 2026 05 06 at 4.37.17 PM scaled NtvOdia

ବୌଦ୍ଧ-ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହ ସଭାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ସୁଶ୍ରୀ ବାସନ୍ତି ପଧାନ ସଭାପତିତ୍ବ କରିଥିବା ବେଳେ ଓଡ଼ିଆ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପତି ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ମଙ୍ଗଳ କାମନା କରିଥିଲେ ।ସମ୍ମାନିତ ଅତିଥି ଭାବରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଶ୍ରୀ ତ୍ରିନାଥ ରଣା ଓ ଅଧ୍ୟାପିକା ଜାହ୍ନବୀ ଡୁଙ୍ଗୁରୀ ଯୋଗଦେଇ ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ପ୍ରାଚୀର ପତ୍ରିକା ‘ଗୌତମୀ ‘ ର ଦ୍ଵିତୀୟ ସଂସ୍କରଣ ‘ମଳୟର ବିଦାୟ ‘ପ୍ରକାଶିତ ହୋଇଥିଲା | ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ କ୍ଲାସରେ ୭୫% ଉପସ୍ଥାନ ରଖି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମଧ୍ଯରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରୀ ଅଞ୍ଜନା ସାହୁ, ବିସ୍ମିତ ପ୍ରଧାନ ଓ ସୁଭାଞ୍ଜଳି ସାହୁଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିବା ବେଳେ ଓଡ଼ିଆ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରବୀଣ ସେଠୀ ଓ ନିତିଶ କୁମାର ଭୋଇଙ୍କୁ ମାନପତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା ।
ଏହି ବିଦାୟକାଳୀନ ସମାରୋହ ସଭାକୁ ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ ମଧୁସ୍ମିତା ମେହେର ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଚନ୍ଦନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉତ୍ସବରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାୟ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Tagged:

Leave a Reply

Your email address will not be published. Required fields are marked *