ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ୍ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାଲିକାଙ୍କୁ ତାଗିଦ୍ କରିଥିଲେ। ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ। ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ ଆର୍ଡିଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ lଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।
ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ
By NtvOdia
No Comments
April 18, 2026

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ବାଘ ରେଳ ଷ୍ଟେସନ୍ ନିର୍ମାଣ ପାଇ କେନ୍ଦ୍ରକୁ ଚିଠି ଲେଖିଲେ ସାଂସଦ
April 17, 2026
ବିଜେପି ବହିରା ମଣ୍ଡଳ ତରଫରୁ 47 ତମ ପ୍ରତିଷ୍ଠା ଦିବସ
April 7, 2026



