Home / ରାଜନୀତି / ବିଜେପି ବହିରା ମଣ୍ଡଳ ତରଫରୁ 47 ତମ ପ୍ରତିଷ୍ଠା ଦିବସ

ବିଜେପି ବହିରା ମଣ୍ଡଳ ତରଫରୁ 47 ତମ ପ୍ରତିଷ୍ଠା ଦିବସ

IMG 20260406 WA0032 NtvOdia

ବୌଦ୍ଧ: ଜିଲ୍ଲାର ସଦର ବ୍ଲକ ବହିରା ଗ୍ରାମପଞ୍ଚାୟତ ପୁରୁଣାବହିରା ମା ନାରାୟଣୀ ପୀଠ ଗୋଷ୍ଠି ମଣ୍ଡପ ଠାରେ 47 ତମ ସ୍ଥାପନା ଦିବସ ବିଜେପି ବହିରା ମଣ୍ଡଳ ତରଫରୁ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଯୀଶୁ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ବକ୍ତବ୍ୟରେ ରାଷ୍ଟ୍ର ସେବା, ଅନ୍ତୋଦୟ ଏବଂ ବିଚାରଧାରା କୁ ସମର୍ପିତ, ସବୁଠୁ ବଡ଼ ରାଜନୈତିକ ଭାବରେ ଦଳ, ପାର୍ଟିର ବିଚାରଧାରା ପ୍ରତି ସଙ୍କଳ୍ପିତ ବୋଲି କହିଥିଲେ l ଅନ୍ୟତମ ଅତିଥି ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ତାଙ୍କ ବ୍ୟକ୍ତବ୍ୟରେ ବିକଶିତ ଭାରତ – ବିକଶିତ ଓଡ଼ିଶା ସଂକଳ୍ପ ସାକାର କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଆଜି ବୁଥ ସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ଅନ୍ୟ ମାନେ ନିଜ ନିଜ ଘରେ ଦଳୀୟ ବିଜେପି ପତାକା ଲଗାଇବା ସହିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଥିଲେ ।

IMG 20260406 WA0036 NtvOdia ଏହି କାର୍ଯ୍ୟକ୍ରମରେ ଦଳର ନେତୃବୃନ୍ଦ, ଜିଲ୍ଲା ସଂପାଦିକା ତଥା ମଣ୍ଡଳ ପ୍ରଭାରୀ ଦୀପିକା ନାଏକ, ପୂର୍ବତନ ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ ମଞ୍ଚାସୀନ ଥିଲେl ଜିଲ୍ଲା ଉପସଭାପତି ସୁଶାନ୍ତ ବାଘ ସଂଯୋଜନା କରିଥିଲେ ଓ ଉମେଶ ପ୍ରସାଦ ବାହୁକ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସାଧାରଣ ସଂପାଦକ ଶ୍ରୀକ୍ଷେତ୍ର ମହାକୁଳ, ବିପିନ ଦାଶ, ପରେଶ ସିଂହ, ମୋହନ ବାରିକ, ଶ୍ୟାମ ପଧାନ, ଧିରେନ ସାହୁ, ସୁବାସ ସାହୁ, ଶଙ୍କର ମହାକୁଡ଼, ରାଜେଶ ଗାଈଗୌରିଆ, ଲଷ୍ମୀଧର ଝଙ୍କାର, ପ୍ରଦୀପ ବାରିକ, ସୁଗ୍ରୀବ ସାହୁ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l ଅନ୍ୟ ପକ୍ଷରେ ବହିରା ମଣ୍ଡଳର ଅଁଳାପାଲି ଶକ୍ତିକେନ୍ଦ୍ରର ବାଡି଼କଟା ବୁଥ ନଂ 65ରେ ସ୍ଥାପନା ଦିବସ ବୁଥ ସଭାପତି ପରେଶ ସିଂହ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l

Leave a Reply

Your email address will not be published. Required fields are marked *