Home / ଆମ ଓଡ଼ିଶା / ବାଘ ରେଳ ଷ୍ଟେସନ୍ ନିର୍ମାଣ ପାଇ କେନ୍ଦ୍ରକୁ ଚିଠି ଲେଖିଲେ ସାଂସଦ

ବାଘ ରେଳ ଷ୍ଟେସନ୍ ନିର୍ମାଣ ପାଇ କେନ୍ଦ୍ରକୁ ଚିଠି ଲେଖିଲେ ସାଂସଦ

ChatGPT Image Jan 24 2026 09 53 52 PM NtvOdia

ବାଉଁଶୁଣି(ଶରତ ମୁଦୁଲି):-ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କନ୍ଧୁରିଆପଡ଼ା ଗ୍ରାମ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ବାଘନଦୀ ନିକଟରେ “ବାଘ ରେଳ ଷ୍ଟେସନ୍” ସ୍ଥାପନ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ବାଘ ରେଳ ଷ୍ଟେସନ୍ ସଂଗ୍ରାମ ସମିତିର ସଦସ୍ୟ ମାନେ ଗତ ୨୦୨୫ ମସିହା ଡିସେମ୍ବର ମାସଠାରୁ ବୌଦ୍ଧ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ପୂର୍ବତଟ ରେଳ ଜିଏମଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ନୁଆଦିଲ୍ଲୀ ଠାରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ଭେଟି ବାଘ ରେଳ ଷ୍ଟେସନ୍ ନିର୍ମାଣ ପ୍ରସଙ୍ଗରେ ଦାବୀପତ୍ର ପ୍ରଦାନ କରିଥିଲେ ।ଦାବିପତ୍ର ଦେବାର ୨ ଦିନ 5ମଧ୍ୟରେ ଏହି ରେଳ ଷ୍ଟେସନ ସ୍ଥାପନ ଯୋଗ୍ୟ ବିବେଚିତ ଭାବି ସାଂସଦ ସିଂଦେଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣ୍ୱବଙ୍କୁ ଚିଠି ଲେଖିଥିଲେ। ସଂଗ୍ରାମ ସମିତିର ଓମପ୍ରକାଶ ମିଶ୍ର,ଦିଲ୍ଲୀପ କୁମାର ମେହେର, ସଂଗ୍ରାମ ସମିତି ଉପସଭାପତି ଦେବରାଜ ଭୋଇ,ନକୁଳ ପ୍ରଧାନ, ଆହାଲ୍ଲାଦ ଖମାରୀ, ଧନଞ୍ଜୟ ଖମାରୀ, ମାନସ ମହକୁଲ, ରଞ୍ଜନ ମହକୁଳ ଏକ ୮ ଜଣିଆ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ସାକ୍ଷାତ କରି ରେଳ ଷ୍ଟେସନ୍ ସମ୍ପର୍କିତ ଏକ ଦାବୀପତ୍ର ଦେଇଥିଲେ । ଯାହା ବଲାଙ୍ଗୀର ସାଂସଦଙ୍କ ପରେ ଏବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ରେଳ ଷ୍ଟେସନ୍ ସ୍ଥାପନକୁ ଗୁରୁତ୍ୱ ସହ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ଏହି ରେଳ ଷ୍ଟେସନ୍ ନିର୍ମାଣ ଯଥାର୍ଥ ଯାହା ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ପାଇଁ ଅତ୍ୟନ୍ତ ସୁବିଧା ରହିଛି ଏବଂ ଏହି ଅଞ୍ଚଳ ଏକ ବୁଣାକାର ଅଞ୍ଚଳ ଯାହା ହସ୍ତତନ୍ତ ବ୍ୟବସାୟ ପାଇଁ ମଧ୍ୟ ବ୍ୟାପକ ସୁବିଧା ଯୋଗାଇବ ଓ ପଡୋଶୀ ସୋନପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଜନସାଧାରଣ ଉପକୃତ ହେବେ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ଦୁଇଜଣ ସାଂସଦଙ୍କ ଚିଠିକୁ ନେଇ ଏବେ ଅଞ୍ଚଳବାସୀ ଖୁସୀବ୍ୟକ୍ତ ହେବା ସହ ରେଳ ଷ୍ଟେସନ୍ ନିର୍ମାଣ ପର୍ୟ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ବାଘ ରେଳ ଷ୍ଟେସନ୍ ସଂଗ୍ରାମ ସମିତି ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁଯାୟୀ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ମନୁପାଲି ପଞ୍ଚାୟତ ଅନ୍ତର୍ଗତ କନ୍ଧୁରିଆପଡ଼ା ଠାରେ ଏକ ରେଳ ଷ୍ଟେସନ୍ କରିବା ପାଇଁ ପୂର୍ବରୁ ପ୍ରାୟ ୭୪ ଏକର ଜମି ଅଧିଗ୍ରହଣ ସରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ରେଳ ଷ୍ଟେସନ୍ ନିର୍ମାଣ ହୋଇପାରିନାହିଁ। ଏହି ସ୍ଥାନରେ ରେଳ ଷ୍ଟେସନ୍ ସ୍ଥାପନ ହେଲେ ଆଖପାଖ ଅଞ୍ଚଳର ପ୍ରାୟ ୧୧ଟି ପଞ୍ଚାୟତବାସିଙ୍କ ସମେତ ନିକଟ ସୋନପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଜନସାଧାରଣ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *