Home / ଆମ ଓଡ଼ିଶା / ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର କିଏ ନେଲେ ଅବସର ?

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର କିଏ ନେଲେ ଅବସର ?

IMG 20260402 WA0023 NtvOdia

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭାଗୀୟ ମୁଖ୍ୟ ଡ. ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପତିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ବାସନ୍ତୀ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଡ. ପତିଙ୍କ ବ୍ୟକ୍ତିତ୍ୱ ବର୍ଣ୍ଣନା କରିବା ସହିତ ଓଡ଼ିଆ ବିଭାଗ ପାଇଁ ତାଙ୍କର ଅନୁପସ୍ଥିତ ଏକ ଅପୂରଣୀୟ କ୍ଷତି ବୋଲି ଅବଗତ କରିଥିଲେ । ତାଙ୍କ ସହିତ ମୁଖ୍ୟଅତିଥି ଭାବରେ ରାଜନୀତି ବିଭାଗର ମୁଖ୍ୟ ଡ. ଶ୍ରୀମତୀ ସୁଜାତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଭାଗ୍ୟବାନ ମହାକୁର , ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପ କୁମାର ରଥ, ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀମାନ୍ ତ୍ରିନାଥ ରଣା ଓ ଅଧ୍ୟାପିକା ସୁଶ୍ରୀ ଜାହ୍ନବୀ ଡୁଙ୍ଗୁରି ଯୋଗ ଦେଇ ଶ୍ରୀଯୁକ୍ତ ପତି ଙ୍କ ସହିତ ବିଗତ ଦିନ ଗୁଡିକରେ ଅତିବାହିତ କରିଥିବା ମଧୁର ସ୍ମୃତି ଚାରଣ କରିଥିଲେ ।IMG 20260402 WA0025 NtvOdia

ଏହି ବିଦାୟ କାଳୀନ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ପାଠପଢ଼ି ମଣିଷ ହୋଇଥିବା ପୁରାତନ ଛାତ୍ର ଛାତ୍ରୀ ମାନେ ତଥା ମହାବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ବହୁମାତ୍ରାରେ ଯୋଗ ଦେଇ ଡ. ଶ୍ରୀଯୁକ୍ତ ପତିଙ୍କ ବିଗତ ଦିନ ଗୁଡ଼ିକ ମନେପକାଇ ଥିଲେ । ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫ ରୁ “ସ୍ମୃତିର ସୁବର୍ଣ୍ଣ ପୃଷ୍ଠା” ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ଡ. ଶ୍ରୀଯୁକ୍ତ ପତିଙ୍କ ବିଦାୟ କାଳୀନ ସଭାକୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ନୀତିଶ କୁମାର ଭୋଇ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ମଧୁ ସ୍ମିତା ମେହେର ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ପ୍ରବୀଣ ସେଠୀ, ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷ ରେ ସମସ୍ତ ଛାତ୍ର ଛାତ୍ରୀ ମିଶି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଡ. ଶ୍ରୀଯୁକ୍ତ ପତିଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇ ବିଦାୟ ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *