Home / ଆମ ଓଡ଼ିଶା / ବଧୂହତ୍ୟା ମାମଲାରେ ବିଜେପି ନଗର ସଭାପତି

ବଧୂହତ୍ୟା ମାମଲାରେ ବିଜେପି ନଗର ସଭାପତି

Logopit 1774190597204 NtvOdia

ବୌଦ୍ଧ: ଝିଅକୁ ମାରିଦେଲେ ସ୍ୱାମୀ, ଦେଢ଼ଶାଶୁ ଓ ଦିଅର, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି ବାପା । ହଁ ଆଜ୍ଞା ଏଭଳି ଘଟଣା ଘଟିଛି ବୌଦ୍ଧରେ । ତାହାବି ଜଣେ ଆଗଧାଡ଼ିର ବିଜେପି ନେତାଙ୍କ ସହ ପରିବାର ବିରୋଧରେ । ବୌଦ୍ଧ ନୂଆସାହିରେ ଏକ ବଧୁହତ୍ୟା ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମର ନିଶାମଣୀ ସାହୁଙ୍କ ଝିଅ ପ୍ରବୀଣା ସାହୁଙ୍କ ସହିତ ବୌଦ୍ଧ ନୂଆସାହିର ସ୍ୱର୍ଗତ ଶ୍ରୀନିବାସ ସାହୁଙ୍କ ପୁଅ ଅଜିତ ସାହୁର ଗତ ୨୦୧୮ରେ ବୈଦିକ ରିତୀରେ ବିବାହ ହୋଇଥିଲା । ବିବାହର କିଛିବର୍ଷ ପରେ ପ୍ରବୀଣାଙ୍କ ଉପରେ ତାଙ୍କର ଦେଢଶାଶୁ ନମିତା ସାହୁ,ସୁଜାତା ସାହୁ,ସ୍ୱାମୀ ଅଜିତ ସାହୁ ଓ ଦିଅର ଗଜେନ୍ଦ୍ର ସାହୁ ମିଶି ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ ୧୪ ତାରିଖ ଦିନ ଦେଢଶାଶୁ ନମିତା ସାହୁୂ ଫୋନ କରି ତାଙ୍କ ଝିଅ ବୌଦ୍ଧ ମେଡିକାଲରେ ଅଛି ପହଞ୍ଚିବାକୁ ଜଣାଇଥିଲେ । ସୂଚନା ପାଇ ନିଶାମଣି ବୌଦ୍ଧ ମେଡିକାଲରେ ପହଞ୍ଚିବା ପରେ ତାଙ୍କ ଝିଅକୁ ବୁର୍ଲା ମେଡିକାଲକୁ ନିଆଯାଇଥିବା ଜାଣିବାକୁ ପାଇଥିଲେ । ବୁର୍ଲା ନନେଇ ପରେ ବିକାଶ ମେଡିକାଲରେ ପହଞ୍ଚି ଝିଅକୁ ଦେଖିବା ପରେ ତାର ଶରୀରର ବିଭିନ୍ନ ସ୍ଥାନରେ ଦାଗ ସବୁ ପଡିଥିଲା । ଡାକ୍ତରଙ୍କୁ ଏ ସଂପର୍କରେ ତାଙ୍କର ବାପା ପଚାରିବା ପରେ ତାଙ୍କ ଝିଅକୁ ମାଡ ଦିଆଯାଇଥିବାରୁ ତାର ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଥିଲେ । ତେଣୁ ସମସ୍ତେ ମିଶି ତାଙ୍କ ଝିଅକୁ ମାରି ଦେଇଥିବା ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶାମଣି ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବୌଦ୍ଧ ପୁଲିସ କେସ ନମ୍ବର ୧୩୨/୨୬ ରେ ହତ୍ୟା ମାମଲା ରୁଜୁ ହୋଇଛି । କିନ୍ତୁ ଦିନ ପରେ ଦିନ ଗଡୁଛି । ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନ ଥିବାରୁ ଆଜି ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି । ସବୁଠାରୁ ବଡ଼ କଥା ଗଜେନ୍ଦ୍ର ସାହୁ ଶାସକ ବିଜେପି ଦଳର ଜଣେ ଆଗ ଧାଡ଼ିର ନେତା ସାଙ୍ଗକୁ ସ୍ଥାନୀୟ ବିଧାୟକ ଓ କନ୍ଧମାଳ ସାଂସଦଙ୍କ ପାଖ ଲୋକ ବୋଲି କୁହାଯାଉଛି । ତେଣୁ ରାଜନୈତିକ ଚାପ ଯୋଗୁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେଣୁ ନ୍ୟାୟ ପାଇବା ଆଶାରେ ଆଜି ଏସ୍ପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏ ସଂପର୍କରେ ବୌଦ୍ଧ ଥାନା ଅଧିକାରୀ ନଳିନିକାନ୍ତ ଦାଶଙ୍କୁ ପଚାରିବାରେ ତଦନ୍ତ ଚାଲିଥିବା କହିଥିଲେ ।

Leave a Reply

Your email address will not be published. Required fields are marked *