ହରଭଙ୍ଗl(କୁନା ବେହେରା): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୌଦ୍ଧ ଜିଲ୍ଲାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥନିର୍ମାଣ ପାଇଁ ରଥକାଠ କଟା କାର୍ଯ୍ୟ ମହାଡମ୍ବରରେ ଆରମ୍ଭ ହୋଇଛି। ମାଧପୁର ରେଞ୍ଜ ବାରୀଙ୍ଗ ସେକ୍ସନ ରାସ ରାଣୀ ବିଟ ଅଧୀନ ମୁଣ୍ଡେଶ୍ୱେର ଜଙ୍ଗଲ କମ୍ପl ର୍ଟ ମେଣ୍ଟ ୨ ରୁ ଆଜି ପୂଜାର୍ଚନା କରି ଅସନ, ଧଉରା, ଫାସୀ ଓ ଶିମିଳି ପରି ମୂଲ୍ୟବାନ କାଠ କଟା ଆରମ୍ଭ କରାଯାଇଛି। ଆଜିର ଏହି ପବିତ୍ର ଅବସରରେ ବୌଦ୍ଧ ଡିଏଫଓ ରାଜେନ୍ଦ୍ର ଗୋଛାୟତ, ମାଧପୁର ରେଞ୍ଜ ଅଧିକାରୀ ଆସିକ ଡିଗାଲ, ପୁରୀରୁ ଆସିଥ ରଥ କାଠ କଟିଙ୍ଗ ପରିବହନ ଠିକାଦାର ତନ୍ମୟ ରଞ୍ଜନ ପାଲ,ଫରେଷ୍ଟର ଭକ୍ତ ବତ୍ସଳ ମଲ୍ଲିକ,ବାରିଙ୍ଗ ବିଟର ଫରେଷ୍ଟ ଗାର୍ଡ ବୀଣାପାଣି ଖଟୁଆ, ମଞ୍ଜୁଲତା ସାହୁ,ଗଜେନ୍ଦ୍ର କଂହର,ଓ ବାରିଙ୍ଗ ଗ୍ରାମର ସଂକୀର୍ତନ୍ୟ ମଣ୍ଡଳୀ ଉପସ୍ଥିତ ରହି ପୂଜାର୍ଚନା କରିଥିଲେ। ବୌଦ୍ଧ ଜିଲ୍ଲାର ପାଞ୍ଚଟି ରେଞ୍ଜ ମାଧପୁର, ପୁରୁଣା କଟକ, ବୌଦ୍ଧ, ମନମୁଣ୍ଡା ଓ କଣ୍ଟାମାଳରୁ ମୋଟ ୨୦୦ ଖଣ୍ଡ ରଥକାଠ ପୁରୀକୁ ପଠାଯିବ। ଏଥିରୁ ମାଧପୁର ରେଞ୍ଜରୁ ପ୍ରାୟ ୭୦ ଖଣ୍ଡ ଅସନ , ଧଉରା, ସିମିଲି କାଠ କଟାଯାଇ ଏକ ମାସ ମଧ୍ୟରେ ପୂରୀ ଅଭିମୁଖେ ପଠାଯିବ । ଏହି ରଥକାଠ ଦ୍ୱାରା ପୁରୀରେ ଭଗବାନ ଜଗନ୍ନାଥଙ୍କ ପବିତ୍ର ରଥ ନିର୍ମାଣ କରାଯିବ, ଯାହା ପାଇଁ ବୌଦ୍ଧ ଜିଲ୍ଲାର ଜନଜନ ସାଧାରଣ ନିଜେ ନିଜକୁ ନିଜ ଜିଲ୍ଲା ନିଜ ଜଙ୍ଗଲରୁ ଗଗର୍ନଥ, ବଳଭଦ୍ର, ମା ଶୁଭଦ୍ରା ଙ୍କ ରଥ ନିର୍ମାଣ ରେ କାଠ ଲାଗୁ ଥିବାରୁ ନିଜକୁ ଧନ୍ୟ ମଣିଛନ୍ତି।
ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ବୌଦ୍ଧ ବନଖଣ୍ଡରୁ ରଥ କାଠ କଟା ଆରମ୍ଭ
By NtvOdia
No Comments
March 18, 2026

Previous Article
Next Article

ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି
ବିଧାନସଭାରେ ହଙ୍ଗାମା, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପଦତ୍ୟାଗ ଦାବିରେ ବିପକ୍ଷର ହଙ୍ଗାମା

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ବାଘ ରେଳ ଷ୍ଟେସନ୍ ନିର୍ମାଣ ପାଇ କେନ୍ଦ୍ରକୁ ଚିଠି ଲେଖିଲେ ସାଂସଦ
April 17, 2026
ବିଜେପି ବହିରା ମଣ୍ଡଳ ତରଫରୁ 47 ତମ ପ୍ରତିଷ୍ଠା ଦିବସ
April 7, 2026


