ସୁବର୍ଣ୍ଣପୁର: ଭୁବନେଶ୍ୱର ବୁଲେନ ଭାଇ ସେବାସାଦନ ଠାରେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ” ଓଡିଶା ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଶ୍ରୀ ବିପିନ ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ରୀୟ ସଂଗଠନ ମହାମନ୍ତ୍ରୀ ଶ୍ରୀକ୍ରିଷ୍ଣା ମୁରାରୀ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ। ଆଗାମୀ ତିନିବର୍ଷ ପାଇଁ ସଂଗଠନର ରାଜ୍ୟ କମିଟି ଓ 34ଟି ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି, ମହିଳା ସଭାନେତ୍ରୀ, ଯୁବସଭାପତି, ତିନିଜଣ ସାଧାରଣ ସମ୍ପାଦକ, ଛଅଜଣ ଉପସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟାଙ୍କ ନାମ ଘୋଷଣା କରାଯାଇଛି।
ଆଗାମୀ ଦିନରେ ଫ୍ରଣ୍ଟ ତରଫରୁ ସମଗ୍ର ରାଜ୍ୟରେ ହିନ୍ଦୁ ମାନଙ୍କୁ ମନ୍ଦିର ଚାଲ ଅଭିଯାନ ରେ ସାମିଲ କରିବା, ଗୋ-ସାଂପଦର ରକ୍ଷା ପାଇଁ କଠୋର ଆଇନ ପ୍ରଣୟନ, ରାଜ୍ୟର ମଠ ମନ୍ଦିର ଗୁଡିକୁ ସରକାରୀ କଣ୍ଟ୍ରୋଲରୁ ମୁକ୍ତ ରଖିବା, ସମସ୍ତଙ୍କ ପାଇଁ ଦ୍ୱେତ ସନ୍ତାନ ବାଧ୍ୟତା ମୂଳକ କରିବା ଆଦି କାର୍ଯ୍ୟକ୍ରମ ଆଗାମୀ ଦିନରେ ହାତକୁ ନିଆଯିବ ବୋଲି ରାଜ୍ୟ କୋଡିନେଟର ଶ୍ରୀ ବଳଦେବ ବେଦବାକ ପ୍ରକାଶ କରିଛନ୍ତି। ଶ୍ରୀଶରତ ମହାପାତ୍ର ଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ରୂପେ ମନୋନୀତ କରାଯାଇଛି।








