ଜହ୍ନ।ପଙ୍କ (ସୁଧାଂଶୁ ମିଶ୍ର):ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠାତା ସଭାପତି ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣଧିନ ମାହେଶ୍ୱରୀ ସଂସ୍କୃତି ଭବନ ନିକଟରେ ଇଷ୍ଟଦେବୀ ଦର୍ଶନ ପରେ ସମାବେଶରେ ଯୋଗଦେଇ ଡ଼ୁମାଳ ଜାତିର ସର୍ବାଙ୍ଗୀନ ଉନ୍ନତି ସହିତ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ l ପୂର୍ବ ରାଜ୍ୟ ସମ୍ପାଦକ କୃତ୍ତିବାସ ପଲିଆ ବୈଠକର ଆଭିମୁଖ୍ୟ ଉପରେ ସମ୍ୟକ ଧାରଣା ଦେଇଥିବାବେଲେ ମୁଖ୍ୟବକ୍ତା ଭାବେ ମାହେଶ୍ୱରୀ ଗ୍ରୁପ ଅଫ ଇଷ୍ଟିଟ୍ୟୁଟର ଅଧକ୍ଷ ଫକୀର କର୍ଣ୍ଣ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରା,କୃଷି, ଗୋପାଳନ, ଶିକ୍ଷା, ଅର୍ଥନୌତିକ ବିକାଶ, ରାଜନୈତିକ ଅଧିକାର, ସାମ୍ବିଧାନିକ ଅଧିକାର, ସାମାଜିକ ସଂସ୍କାର, ନିଶା ନିବାରଣ, ଯୌତୁକ ପ୍ରଥା ବିଲୋପ, ନାରୀ ନିର୍ଯ୍ୟାତନା, ରକ୍ତଦାନ, ସେବା, ସମର୍ପଣ, ସହଯୋଗ ଓ ସୁରକ୍ଷା ଉପରେ ସମାଜର ବିକାଶ କିପରି ହୋଇପାରିବ ବୋଲି ମତ ରଖିଥିଲେ l ସଂମ୍ମାନିତ ଅତିଥି ଭାବେ ଡ଼ୁମାଳ ପରିଷଦ ଓଡିଶା ପ୍ରତିଷ୍ଠାତା ଉପ ସଭାପତି ପାଣ୍ଡଵ କର୍ଣ୍ଣ, ମାହେଶ୍ୱରୀ ସଂସ୍କୃତି ପରିଷଦ ଅଧକ୍ଷ ହରିଶଙ୍କର ବେହେରା, ପୂବର୍ତ୍ତନ କୋଷାଧକ୍ଷ ତଥା ରାଜ୍ୟ ଉପସଭାପତି ମୁରଲୀଧର ପାତ୍ର, ବୌଦ୍ଧ ଜିଲ୍ଲା ପୂର୍ବତନ ସଭାପତି ତଥା ଜଗତୀ କେନ୍ଦ୍ର ସଭାପତି ବିସିକେଶନ ପ୍ରଧାନ ଅଂଶ ଗ୍ରହଣ କରିଥିବାବେଳେ ବିଭିନ୍ନ ଆଲୋଚନାରେ ମୃଷୁଣ୍ଡି କେନ୍ଦ୍ର ସଭାପତି ଦୟା ସାଗର ମେଣ୍ଡଲି, ହରଡ଼ଖୋଲ କେନ୍ଦ୍ର ସଭାପତି ହୃଷିକେଶ ପ୍ରଧାନ, ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ସମ୍ପାଦକ ଉମେଶ ପ୍ରଧାନ, ଅନୁଗୋଳ କେନ୍ଦ୍ର ସଭାପତି ଉଦୟ ନାଥ ପ୍ରଧାନ, ଉପ ସଭାପତି ସରୋଜ କୁମାର ଦଳବେହେରା ,ଜଗତୀ କେନ୍ଦ୍ର ମାହେଶ୍ୱରୀ ସଂସ୍କୃତି ଭବନ ଅଧକ୍ଷ ଜୟଦେବ କଳତା, ସଦସ୍ୟ ଗଦାଧର ମହାଖୁଡ଼, ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼, ବାମଣ୍ଡା କେନ୍ଦ୍ର ପ୍ରତିନିଧି ରଘୁନାଥ କଳତା,କେଞ୍ଜିରିଆପାଲି କେନ୍ଦ୍ର ସଭାପତି ପରମାନନ୍ଦ ପ୍ରଧାନ, ଖଣ୍ଡତା କେନ୍ଦ୍ର ପ୍ରତିନିଧି ଲମ୍ବୋଦର କର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଆସନ୍ତା ମାର୍ଚ୍ଚ ୧୧ ତାରିଖ ଦିନ ବିଭିନ୍ନ ଅଭିଯୋଗ ରାଜ୍ୟ ସଭାପତିଙ୍କୁ ଦାଖଲ କରିବା ପାଇଁ ସମସ୍ତ ସଦସ୍ୟ ଉପସ୍ଥିତ ରହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବା ପାଇଁ ସ୍ଥିର କରାଯାଇଥିଲା l ଏହି ଅବସରରେ ଡ଼ୁମାଳ ବିକାଶ ଅଭିଯାନ କମିଟି ଗଠନ କରାଯାଇ ମୁଖ୍ୟ ପୃଷ୍ଟୋପୋଷକ ଭାବେ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ମୁଖ୍ୟ ଉପଦେଷ୍ଟା ଭାବେ ଦେବାର୍ଚ୍ଚନ ଚାଉଳିଆ,ଉପଦେଷ୍ଟା ମୁରଲୀଧର ପାତ୍ର, ବିଶିକେଶନ ପ୍ରଧାନ, ରଘୁନାଥ କଳତା,ମୁଖ୍ୟ ଆବାହକ ଭାବେ ପାଣ୍ଡଵ କର୍ଣ୍ଣ,ମୁଖ୍ୟ ସଂଯୋଜକ ଭାବେ କୃତ୍ତିବାସ ପଲିଆ, ଆବାହକ ମଣ୍ଡଳୀ ସଦସ୍ୟ ଭାବେ ବିଶିକେଶନ ପ୍ରଧାନ, ଉଦୟ ନାଥ ପ୍ରଧାନ, ଦୟାସାଗର ମେଣ୍ଡଲି,ନିର୍ଗୁଣ ମହାକୁଡ଼,ପରମାନନ୍ଦ ପ୍ରଧାନ, ହୃଷିକେଶ ପ୍ରଧାନ, ଉମେଶ ପ୍ରଧାନ ସହ -ସଂଯୋଜକ ଭାବେ ଶମ୍ଭୁ ଗିରି, ନିରଞ୍ଜନ ଗିରି , ସୌମିତ୍ରୀ କର୍ଣ୍ଣ, ଦୟାନିଧି ବାରିକ, ଲମ୍ବୋଦର କର୍ମୀ, ମାଧବ ମହାକୁଡ଼, ସୁବୋଧ କଳତା, ରାଜୀବ ମହାକୁଡ଼, ଶଙ୍କର୍ଷଣ ଛନ୍ଦ,ସାରଥୀ ମେଣ୍ଡିଲି ନାରାୟଣ ଦନ୍ତା, ସୁଦର୍ଶନ ମହାଖୁଡ଼ଙ୍କୁ ଦାୟିତ୍ୱ ଅର୍ପଣ କରାଗଲା l ଶେଷରେ ଶମ୍ଭୁ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ
By NtvOdia
No Comments
March 8, 2026

Previous Article
Next Article

ଚଳିତ ବର୍ଷ ତିନି ଦିନିଆ ବିଶ୍ଵ ମହିଳା ଦିବସ ପାଳିତ ହେବ
ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସ ...
March 15, 2026
ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ
March 15, 2026



