Home / ଆମ ଓଡ଼ିଶା / ଅଧ୍ୟକ୍ଷ ହିମାଂଶୁ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଅଧ୍ୟକ୍ଷ ହିମାଂଶୁ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

WhatsApp Image 2026 02 28 at 1.55.08 PM NtvOdia

ବୌଦ୍ଧ: ହରଭଙ୍ଗା ସ୍ଥିତ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଓଡ଼ିଆ ଅଧ୍ୟାପକ ସୁଧାଂଶୁ ଚରଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ସମ୍ବର୍ଦ୍ଧନା ସଭା ଅବସରରେ ମୁଖ୍ୟ ଅତିଥିଭାବେ ଭୈରବୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆ ଯୋଗ ଦେଇ ଦୀର୍ଘ ବର୍ଷର ଅନୁଭୂତି ବିଷୟରେ ବର୍ଣ୍ଣନା କରିଥିଲେ l ଇତିହାସ ବିଭାଗ ଅଧ୍ୟାପକ ଲଳିତ କୁମାର ମହାପାତ୍ର ଅଧ୍ୟକ୍ଷଙ୍କ ମଣିଷ ପଣିଆ ବିଷୟରେ ମତ ରଖିଥିଲେ l ଅଧ୍ୟକ୍ଷ ହିମାଂଶୁ ଶେଖର ରାଉତ ତାଙ୍କ ୩୩ ବର୍ଷ ୬ ମାସ ୧୮ ଦିନର ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ପୂର୍ବ ଛାତ୍ର ରୁଦ୍ର ପ୍ରସାଦ ମହାରଣା ବିଦାୟୀ ଅଧ୍ୟକ୍ଷ ଜଟିଳ ପ୍ରଶ୍ନର ସରଳ ସମାଧାନ କରିଥାନ୍ତି ବୋଲି ମତ ରଖିଥିଲେ l ରାଜନୀତି ବିଭାଗ ଅଧ୍ୟାପକ ସୁବାଷ ଚନ୍ଦ୍ର ସୋରେନ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *