ଭୁବନେଶ୍ୱର: ମାର୍ଚ୍ଚ ୧୬ତାରିଖରେ ହେବାକୁଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ପରଠୁ ରାଜ୍ୟ ରାଜନୀତି ସରଗରମ ରହିଥିଲା । ଏନେଇ ଆଜି ବିଜେଡି ଦଳ ପକ୍ଷରୁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା କରିଛି । ସେମାନେ ହେଲେ ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା। ଉଭୟଙ୍କ ଉପସ୍ଥିତିରେ ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଡ. ସଂତ୍ରୁପ୍ତ ମିଶ୍ର ୩ତୃତୀୟ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।
ରାଜ୍ୟସଭା ନିର୍ବାଚନ: ବିଜେଡି ପକ୍ଷରୁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା

Tagged:RAJYASABHA ELECTION 2026








