Home / ଦେଶ - ବିଦେଶ / ପୁଣି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଶାଶ୍ଵତ ଦାଶ

ପୁଣି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଶାଶ୍ଵତ ଦାଶ

Good News Odisha NtvOdia

ବୌଦ୍ଧ: ପୁଣି ଚର୍ଚ୍ଚାରେ ଯୁବ ସାମ୍ବାଦିକ ଶାଶ୍ଵତ ଦାଶ । କିଛି ଦିନ ପୂର୍ବରୁ ମନ୍ଦିରକୁ ଜମି ଦାନ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ପୁଣି ନିଜର ମହାନତା ଦେଖାଇଛନ୍ତି । ହରଭଙ୍ଗା ବ୍ଲକ ସଦରମହକୁମା ଠିଡିକାଯୋରରେ ଅବସ୍ଥିତ ଶାଶ୍ୱତ ଚାରିଟେବଲ ଟ୍ରଷ୍ଟ ନିଜର ସାମାଜିକ ଦାୟିତ୍ ନିର୍ବାହ କରିବାକୁ ଯାଇ ଗତ ତା 20 ତାରିଖ ଶୁକ୍ରବାର ବ୍ଲକ୍ ଶିକ୍ଷା ବିଭାଗ ରେ ପ୍ରକାଶିତ ତୃତୀୟ ଓ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଫଳ ଅନୁଯାୟୀ କୃତିତ୍ୱ ହାସଲ କରିଥିବା 28 ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ ଛାତ୍ରଛାତ୍ରୀ ଓ ବିଗତ ବର୍ଷ ପାଇଁ ଜଣେ ଛାତ୍ରଙ୍କୁ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ପୁରସ୍କୃତ ଛାତ୍ର ଛାତ୍ରୀମାନେ ହେଲେ ସୁମନ୍ତ ଜାନୀ, ମାର୍ଦିଙ୍ଗ ପ୍ରାଥମିକବିଦ୍ୟାଳୟ ଓମ ପ୍ରକାଶ ଶତପଥୀ, ଛତରଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆଦ୍ୟାଶା ସାହୁ,,ଫୁଲଝରି ପ୍ରାଥମିକ ବିଦ୍ୟାଳୟ,ଶୁଭଲକ୍ଷ୍ମୀ ସାହୁ,ଫୁଲଝରି ପ୍ରାଥମିକ ବିଦ୍ୟାଳୟ, ଚିନ୍ମୟୀ ଗାଈଗୋରିଆ, ଫୁଲଝରି ପ୍ରାଥମିକ ବିଦ୍ୟାଳୟ, ସୋହନ ନାୟକ, ତୁକୁଲୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର । ତେବେ ସେମାନଙ୍କୁ 1000/-ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ଟ୍ରଷ୍ଟ ମୁଖ୍ୟ ଶାଶ୍ୱତ ଦେବବ୍ରତ ଦାଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ପିତାମାତା ମାନଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି । ଏପ୍ରକାର ସାହାଯ୍ୟ ଆଗାମୀ ଦିନରେ ଜାରି ରହିବ ବୋଲି ଶ୍ରୀ ଦାସ କହିଥିବା ବେଳେ ଅନ୍ୟପଟେ ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଅଧିକ ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି ଶିକ୍ଷାବିତ୍ ମାନେ ମତପ୍ରକାଶ କରିଛନ୍ତି ।

Tagged:

Leave a Reply

Your email address will not be published. Required fields are marked *