Home / ଆମ ଓଡ଼ିଶା / କିଶୋର ନ୍ୟାୟ ଅଧିନିୟମ ଉଲଂଘନ ହେଉଛି – ସାମାଜିକ କର୍ମୀ ଘାସିରାମ ପଣ୍ଡା

କିଶୋର ନ୍ୟାୟ ଅଧିନିୟମ ଉଲଂଘନ ହେଉଛି – ସାମାଜିକ କର୍ମୀ ଘାସିରାମ ପଣ୍ଡା

IMG 20260221 WA0008 NtvOdia

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରୟାଲ ପଡିଆଠାରେ ଅନୁଷ୍ଠିତ ହେଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା ବା ଉତ୍ସବ – ଇଙ୍କ୍ – ଫେଷ୍ଟ୍ – ୨୦୨୬ ଅବସରରେ “ମହାନଦୀ ଜଳ ପ୍ରଦୂଷଣ ଓ ଆମ ଜୀବନ ଜୀବିକା” ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଆଲୋଚନା ଚକ୍ରରେ ଜଳ ସୁରକ୍ଷା କର୍ମୀ ରଞ୍ଜନ ପଣ୍ଡା, ସାମାଜିକ କର୍ମୀ ଘାସିରାମ ପଣ୍ଡା ଅତିଥି ଆଲୋଚକ ଭାବେ ଯୋଗଦେଇ ଥିଲେ। ସାମାଜିକ କର୍ମୀ ତଥା ସଦସ୍ୟ ରାଜୀବ ନାୟକ ଆଲୋଚନାଚକ୍ରକୁ ସଂଯୋଜନା କରିଥିଲେ। ମହାନଦୀ ଧାରା ଶିକ୍ଷା ଅନୁଷ୍ଠାନର ଛାତ୍ରୀ/ଛାତ୍ର ମାନଙ୍କ ସହିତ ବହୁ ଶ୍ରୋତା ଆଲୋଚନାରେ ଅଂଶଗ୍ରହଣ କରିଥିବା ପରିଲକ୍ଷିତ ହୋଇଥିଲା। ଏଥିରେ ଶିଶୁ ଅଧିକାର ଓ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ଶ୍ରୀ ପଣ୍ଡା ଆଲୋଚକ ଭାବେ ଯୋଗଦେଇ ଏକ ପ୍ରଶ୍ନର ଉତ୍ତରରେ କିଶୋର ନ୍ୟାୟ ଅଧିନିୟମ କିପରି ଉଲଂଘନ ହେଉଛି ତାରି ଉପରେ ମତ ରଖିଥିଲେ। ଶ୍ରୀ ପଣ୍ଡା କହିଥିଲେ ଯେ, କିଶୋରୀ ବା କିଶୋର ଟିର ଭୁଲ ପାଇଁ ତାକୁ ଦୋଷୀ ମନେ କରାଯିବା ଉଚିତ୍ ନୁହଁ। କିଶୋରୀ/କିଶୋର ଦୋଷୀ ବୋଲି ଅନେକ ସମୟରେ ସେମାନଙ୍କ ଅଭିଭାବକ ଆଭିଭାବିକାଙ୍କୁ ଅନ୍ୟମାନଙ୍କ ଠାରୁ ଶୁଣିବାକୁ ମିଳୁଛି। ଏହା ଠିକ ନୁହଁ ବୋଲି ଶ୍ରୀ ପଣ୍ଡା କହିଥିଲେ। ସାମାଜିକ କର୍ମୀ ଶ୍ରୀ ପଣ୍ଡାଙ୍କ ଏହି ସୁନ୍ଦର ଆଇନ ବ୍ୟାଖ୍ୟାନ ବିଶେଷ ଭାବେ ଜିଲ୍ଲା ପ୍ରଶାସନକୁ ଚେତେଇବାରେ ସକ୍ଷମ ହେବ ବୋଲି ଉପସ୍ଥିତ ଶ୍ରୋତା ମହଲରେ ମତ ପ୍ରକାଶ ପାଇଥିଲା। ବିଗତ କିଛି ମାସ ପୂର୍ବରୁ ସୋନପୁର ସହରର ଜଣେ ଅପହୃତା ନାବାଳିକାର ଅଭିଭାବକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଶୋରୀ ଦୋଷୀ ବୋଲି କୁହାଯାଇ ଫେରାଇ ଦିଆଯାଇଥିଲା।

Tagged:

Leave a Reply

Your email address will not be published. Required fields are marked *