ବୌଦ୍ଧ: ବ୍ଲକ ଅଁଳାପାଲି ପଞ୍ଚାୟତ ହିଲୁଙ୍ଗ ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ନୂତନ ଭାବେ ନିର୍ମାଣ କରାଯାଇଥିବା ଲିଙ୍ଗେଶ୍ୱର ବାବା ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଓ ବିଗ୍ରହ ସ୍ଥାପନ ପୂଜାବିଧି ରବିବାର ଉଦଯାପିତ ହୋଇଛି। ଏଅବସରରେ ରାମାୟଣ ପାରାୟଣ, ଚବିଶ ପ୍ରହର ନାମଯଜ୍ଞ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତରିଣୀସେନ ସାହୁ-ପ୍ରମୋଦା ସାହୁ, ଅଜିତ ସାହୁ-କୁମଦିନୀ ସାହୁ, ଗଣେଶ ସାହୁ-ମହେନ୍ଦ୍ରୀ ସାହୁ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ପୂଜକ ଗୋବର୍ଦ୍ଧନ ଦାଶ, ସରୋଜ ଦାଶ, ପ୍ରଦୀପ ପାଢ଼ୀ, ସଞ୍ଜୀବ ପଣ୍ଡା, କାହ୍ନl ଦାଶ, ବବୁନ ଦାଶ, ସୋମନାଥ ଦାଶ ଓ ସୁଦର୍ଶନ ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ପାରାୟଣରେ ସୁନୀଲ୍ ମିଶ୍ର ବ୍ୟାସ ରହିଥିଲେ। ଏଥିପାଇଁ ପାଞ୍ଚଦିନ ଧରି ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ଦରବାର ମଧ୍ୟ ଜଳନ୍ଧର ବଧ ସହ ଉଦଯାପିତ ହୋଇଯାଇଛି। ପଶ୍ଚିମ ଓଡିଶାର ବରିଷ୍ଠ ମଞ୍ଚ କଳାକାର ହୃଷିକେଶ ଭୋଇଙ୍କ ଜଳନ୍ଧର ଭୂମିକାରେ ଅଭିନୟ ଖୁବ ଚିତ୍ତାକର୍ଷକ ହୋଇଥିଲା। ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ଦରବାରରେ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ମୂଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଗୌରୀପ୍ରସାଦ ସାହୁ, ଅଁଳାପାଲି କ୍ଲଷ୍ଟର୍ ସିଆରସିସି ଶରତ ପ୍ରଧାନ, ହିଲୁଙ୍ଗ ସ୍କୁଲର ପ୍ରଧାନ ଶିକ୍ଷକ ଆନନ୍ଦ ସାହୁ, ମନ୍ଦିର ପରିଚାଳନା କମିଟି ସଭାପତି ପ୍ରମୋଦ ମଲ୍ଲିକ, ସମ୍ପାଦକ ଭୁବନ ବାରିକ, କୋଷାଧ୍ୟକ୍ଷ ବରୁଣ ଖଟୁଆ, ସମାଜସେବୀ ରାଧାକାନ୍ତ ସାହୁ, ଦିଲ୍ଲୀପ ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଶିଶୁ କଳାକାରମାନଙ୍କୁ ସମ୍ମାନିତ କରିଥିଲେ। ଉଦଘୋଷକ ଛବିଳ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ସୁଶାନ୍ତ ବାଘ ଧନ୍ୟବାଦ ଦେଇଥିଲେ। ହିଲୁଙ୍ଗ ଗ୍ରାମର ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିଲୁଙ୍ଗ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଜଳନ୍ଧର ଦରବାର ଉଦଯାପିତ।









