Home / ଆମ ଓଡ଼ିଶା / ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ସ୍କୁଲ ମାନଙ୍କୁ କମ୍ପ୍ୟୁଟର ଓ ପ୍ରିଣ୍ଟର ପ୍ରଦାନ

ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ସ୍କୁଲ ମାନଙ୍କୁ କମ୍ପ୍ୟୁଟର ଓ ପ୍ରିଣ୍ଟର ପ୍ରଦାନ

Basanta Foundation NtvOdia

ବୌଦ୍ଧ: ବସନ୍ତ ସୋସିଆଲ ଫାଉଣ୍ଡେସନ, ନୂଆଁଦିଲ୍ଲୀ, ଶାଖା – ମନମୁଣ୍ଡା, ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ . ବି. ଆଇ ) ତରଫରୁ ଆଜି ବୌଦ୍ଧ ଜିଲ୍ଲାର10 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କମ୍ପ୍ୟୁଟର ଡେସ୍କଟପ ଓ ପ୍ରିଣ୍ଟର ପ୍ରଦାନ କରାଯାଇଛି। ଏନେଇ ଆଜି ବୌଦ୍ଧ ସଦଭାବନା ଗୃହ ରେ ବସନ୍ତ ସୋସିଆଲ ଫାଉଣ୍ଡେସନ(ବି . ଏସ. ଏଫ୍) ର ପ୍ରତିଷ୍ଠାତା ତଥା ଭାରତୀୟ ବ୍ୟାଙ୍କ ସଂଘ, ନୂଆଁଦିଲ୍ଲୀ ର ବରିଷ୍ଠ ପରାମର୍ଶ ଦାତା ବିକାଶ ନାରାୟଣ ମିଶ୍ର ଙ୍କ ଅଧ୍ୟକ୍ଷତା ଏବଂ ବୌଦ୍ଧ ଜିଲ୍ଲା ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାଏକ ମୁଖ୍ୟ ଅତିଥି , ବୌଦ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ରାମକୃଷ୍ଣ ମେହେର ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଏବଂ ଏ ବି ଇ ଓ ତଥା ବି ଆର ସି ସି କମଳକାନ୍ତ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ। ବୌଦ୍ଧ ଏନ୍ .ଏ . ସି ଅନ୍ତର୍ଗତ ମର୍ଜାକୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ବୌଦ୍ଧ ବ୍ଲକ ର କମିରା , ହରଭଙ୍ଗା ବ୍ଲକ ର ଲୁଣିବାହାଲ, କଣ୍ଟାମାଳ ବ୍ଲକ ର ଶିମିଲିଯୋରା, ଉମା, ଫାସେଡ, ନାରାୟଣ ପ୍ରସାଦ, ଦେଢେନମାଳ, ଦେଉଳି, ମନମୁଣ୍ଡା ଆଦି ମୋଟ 10 ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ସି. ଏସ .ଆର. ଆକ୍ଟିଭିଟି ତଥା ସ୍ପନ୍ସରସିପ ( ପ୍ରାୟୋଜିତ ) କ୍ରମେ ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ଏକ ଲେଖାଏଁ କମ୍ପ୍ୟୁଟର ଡେସ୍କଟପ୍ ଓ ପ୍ରିଣ୍ଟର ପ୍ରଦାନ କରାଯାଇଥିଲା। ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ନାଏକ ଉକ୍ତ ସ୍କୁଲ ମାନଙ୍କ ର ପ୍ରଧାନ ଶିକ୍ଷକ ମାନଙ୍କୁ ସେସବୁ ପ୍ରଦାନ କରିଥିଲେ ଏବଂ ବସନ୍ତ ସୋସିଆଲ ଫାଉଣ୍ଡେସନ ଓ ଏସ. ବି. ଆଇ ର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କୁ ବେସିକ କମ୍ପ୍ୟୁଟର ଜ୍ଞାନ ପ୍ରଦାନ କରିବା ରେ ତଥା ଗୁଣାତ୍ମକ ଶିକ୍ଷାଦାନ ରେ ତଥା ଅଫିସ କାମ ରେ ମଧ୍ୟ ସହାୟକ ହେବ ବୋଲି କହିଥିଲେ। ଶିକ୍ଷାବିତ୍ ସୁଶାନ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *