ସୁବର୍ଣ୍ଣପୁର(ରାମ ଶଙ୍କର ଭୋଇ): ଆମ ସୁବର୍ଣ୍ଣପୁର ଶୃଙ୍ଖଳା ବିଭାଗର ବ୍ୟବସ୍ଥାରେ ଏମିତି ଏକ ସଂସ୍କୃତି ଗଢି ଉଠିଛି, ଯାହା ଭାଙ୍ଗିବାର ନାଆ ନେଉନାହିଁ। ଏ ଅପସଂସ୍କୃତି ଅନେକ ବର୍ଷ ଧରି ଚାଲିଆସିଛି। ଆଗେ ଥାନାରେ ସୀମିତ ଥିବା ଏ ସଂସ୍କୃତିର ପରିସର ବୃଦ୍ଧି ପାଇ ଏବେ ମୁଖ୍ୟାଲୟରେ ପହଞ୍ଚିଛି। ସରକାର ଓ ପୋଲିସ ମୁଖ୍ୟ ବଦଳିବା ପରେ ଏ ସଂସ୍କୃତିର ଅବସାନ ହେବ ବୋଲି ଲୋକେ ଆଶା ବାନ୍ଧି ଥିଲେ। ହେଲେ ଏହାର କଳେବର ବୃଦ୍ଧି ଘଟି ଚାଲିଛି। ଆଗେ ସୋନପୁର ଥାନା ଏକ ଘରୋଇ ହୋମିଓପାଥିକ କ୍ଲିନିକରୁ ଚାଲୁଥିବା ଆଲୋଚନା ହେଉଥିଲା। ଏ ଧାରା ଗତ ୧୦/୧୧ ମସିହାରୁ ଏଯାଏଁ ବଳବତ୍ତର ରହିଛି। ଏବେ ଏକ ଗ୍ୟାରେଜରୁ ନିୟନ୍ତ୍ରିତ ହେଉଥିବା ଚର୍ଚ୍ଚା ହେଉଛି। ସେଇଠି ଅନେକେ ଅଧିକାରୀ ଓ ଅଧିକାରିଣୀ ହାଜିରା ଦେଉଛନ୍ତି। ସେଇଠି ସମସ୍ତ ପ୍ରକାର କାରବାର ଚାଲିଛି। କେଉଁ ଥାନାରେ କିଏ ଅଧିକାରୀ ରହିବେ, କେଉଁ ସବୁ ହାବିଲଦାର କେଉଁଠି ଦାୟିତ୍ଵ ତୁଲାଇବେ, କେଉଁ ମାମଲାରେ କାହାର କେତେ ଭାଗ ରହିବ, ସବୁ କୁଆଡେ ସେଠି ନିଷ୍ପତ୍ତି ହେଉଛି। ଏପରିକି ଜନ୍ମଦିନ ‘କେକ’ କେଉଁ ସାଇଜର ଏବଂ କେଉଁଠୁ ଆସିବ ତାହା ମଧ୍ୟ ଗ୍ୟାରେଜରେ ନିଷ୍ପତ୍ତି ହେଉଛି। ଗ୍ୟାରେଜ ମାଲିକ ଜଣକ ନେଇ ଆଣି ଥୋଇ ଜାଣିବାର କୁଆଡେ ବେଶ୍ ସିଦ୍ଧହସ୍ତ ଅଟନ୍ତି। ସେ ଯେ ଖାଲି ଦିନ କଥା ବୁଝନ୍ତି ତା’ନୁହଁ, ରାତି କଥାରେ ସେ ଅଧିକ ପାରଙ୍ଗମ। ସେଥିପାଇଁ ଶୃଙ୍ଖଳା ବିଭାଗରେ ତାଙ୍କର ଅଧିକ କାଟତି ରହିଛି। ତାଙ୍କର ଯେ ଖାଲି ଶୃଙ୍ଖଳା ବିଭାଗରେ କାଟତି ରହିଛି ତା’ନୁହଁ ଅନ୍ୟ ବିଭାଗର ପ୍ରସାଶନିକ ଅଧିକାରୀମାନଙ୍କ ସହ ମଧ୍ୟ ତାଙ୍କ ଘନିଷ୍ଟତା ରହିଛି। କାଳେ କଣ ଆକ୍ସନ ହୋଇଯିବ ସେ ଅଜଣା ଭୟରେ ସେଠି ଖାଲି ବାବୁ ଭାୟାଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଭାଗରେ ଥିବା ଭଲ ସଚ୍ଚୋଟ ଅଫିସର ଓ କର୍ମଚାରୀମାନେ ତ୍ରାହି ତ୍ରାହି ଡାକୁଛନ୍ତି। କେତେକ ଅଧିକାରୀ ଅମଙ୍ଗ ହେଉଥିଲେ ସୁଦ୍ଧା ଯିବାକୁ ବାଧ୍ୟ ହେଉଛନ୍ତି। ଗ୍ୟାରେଜଟିର ବାତାବରଣ କୁଆଡେ ଭାରି ଶାନ୍ତି। କିନ୍ତୁ ତାକୁ ନେଇ ଦେଖାଦେଇଛି ଶୃଙ୍ଖଳା ବିଭାଗରେ ଅନେକ ଅଶାନ୍ତି। ତେଣୁ ଯେତେ ଶୀଘ୍ର ଫେରିବ ଶୃଙ୍ଖଳା ବିଭାଗରେ ଶାନ୍ତି, ତାହା ଲୋକଙ୍କ ପାଇଁ ହେବ ଶାନ୍ତି ହିଁ ଶାନ୍ତି।
ଅପସଂସ୍କୃତି ଏବେ ସଂସ୍କୃତି ପାଲଟିଛି ଶୃଙ୍ଖଳା ବିଭାଗରେ!
By NtvOdia
No Comments
February 17, 2026

Previous Article
Next Article

ସଠିକ ଜୀବନ ମାର୍ଗର ରାସ୍ତା ବହିରେ ରହିଛି – ଡ଼ ନୃପରାଜ
ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ସ୍କୁଲ ମାନଙ୍କୁ କମ୍ପ୍ୟୁଟର ଓ ପ୍ରିଣ୍ଟର ପ୍ରଦାନ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସ ...
March 15, 2026
ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ
March 15, 2026



