Home / ଆମ ଓଡ଼ିଶା / ସଠିକ ଜୀବନ ମାର୍ଗର ରାସ୍ତା ବହିରେ ରହିଛି – ଡ଼ ନୃପରାଜ

ସଠିକ ଜୀବନ ମାର୍ଗର ରାସ୍ତା ବହିରେ ରହିଛି – ଡ଼ ନୃପରାଜ

IMG 20260215 WA0001 NtvOdia

ସୁବର୍ଣ୍ଣପୁର: ଆମେ ଯିଉଁଥିବା ଜୀବନକୁ ମନ୍ଥର ବା ଧିର ଯଦି କରିପାରିବା ନାହିଁ, ତା ହେଲେ ଶାନ୍ତି ପାଇ ପାରିବା ନାହିଁ। ଜୀବନକୁ ପରିମାର୍ଜିତ ଶୃଙ୍ଖଳିତ ଧିର ମନ୍ଥର କରିବାର ବଡ ପ୍ରକୃଷ୍ଟ ମାଧ୍ୟମ ବହି ବୋଲି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରୟାଲ ପଡିଆଠାରେ ଅନୁଷ୍ଠିତ ହେଉଥିବା ସପ୍ତମ ବାର୍ଷିକ ପୁସ୍ତକ ଓ ସାରସ୍ଵତ ମେଳା- ଇଙ୍କଫେଷ୍ଟ- ୨୦୨୬ ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁ କହିଥିଲେ। ଓଡ଼ିଶା ସରକାରଙ୍କ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ଓ ଇଙ୍କଫେଷ୍ଟ ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି ପୁସ୍ତକ ମେଳା।

1001557053 NtvOdia

ଏହି ଅବସରରେ ସହ ସହ ଶ୍ରୋତାଙ୍କ ଗହଣରେ ଡ଼ ସାହୁ ଆହୁରି କହିଥିଲେ ଯେ, ପୁସ୍ତକ ପ୍ରଦର୍ଶନୀ ବା ମେଳା ଆୟୋଜନ ବନ୍ଦ ହେବା ସୁବର୍ଣ୍ଣପୁର ସଂସ୍କୃତିର ଏକ ଚକ ଖସିଯିବା ସଦୃଶ। ଏ ମାଟିର ସଂସ୍କୃତି ପରମ୍ପରା ଯାହା ରହିଛି ତାକୁ ଛାଡି ପାରିବା ନାହିଁ, କି ଛାଡି ବଞ୍ଚି ପାରିବା ନାହିଁ। ଭାରତୀୟ ପାଠାଗାର ସଂସ୍କୃତି ଓ ପରମ୍ପରାର କଥା କହିବାକୁଯାଇ ଡ଼ ସାହୁ ନାଳନ୍ଦା ପାଠାଗାର ପୋଡ଼ିର କାରଣକୁ ଉଦାହରଣ ଭାବେ ଶ୍ରୋତାଙ୍କ ଆଗରେ ରଖିଥିଲେ।। ଅନୁଷ୍ଠିତ ଉଦଘାଟନୀ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଏବଂ ମୁଖ୍ୟବକ୍ତା ଭାବେ ବ୍ଲକ୍ ଶିକ୍ଷା ଗୋଷ୍ଠୀ ଅଧିକାରୀ ତଥା ଶିକ୍ଷାବିଦ ଲକ୍ଷ୍ମଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଇଙ୍କଫେଷ୍ଟ ସମ୍ପାଦକ ଆମ୍ବୁଜ କୁମାର ଶତପଥି ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ। ଇଙ୍କଫେଷ୍ଟ ସଭାପତି ସ୍ଵାଧୀନ କୁମାର ମେହେରଙ୍କ ସଭାପତିତ୍ବ ଅଭିଭାଷଣ ପରେ ଶେଷରେ ବରିଷ୍ଠ ସଭ୍ୟ କମ୍ରେଡ ଗୋବିନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଚଳିତ ବର୍ଷ ୮୪ ଜଣ ପ୍ରକାଶକ, ବହି ପ୍ରକାଶନ ସଂସ୍ଥା, ପୁସ୍ତକ ବିକ୍ରେତା ଯୋଗଦାନ କରୁଛନ୍ତି। ଆଠ ଦିନ ବ୍ୟାପୀ ହେବାକୁଥିବା ଏହି ପୁସ୍ତକ ମେଳାର ପ୍ରତ୍ୟେକ ସନ୍ଧ୍ୟାରେ ଆଲୋଚନା ଚକ୍ର ଓ ବହୁଭାଷୀ କବିତା ଆସର ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ କଥାକାର ଓ ଆଲୋଚକ ଗଣ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *