ବୌଦ୍ଧ: ବର୍ତ୍ତମାନର ସରକାର ଏମଜିଏନଆରଜିଏର ନାମ ପରିବର୍ତ୍ତନ କରିଥିବାରୁ ଏହାକୁ ବିରୋଧ କରି ଆଜି ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାନେତ୍ରୀ ବିନ୍ଧ୍ୟାବିନୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ମୂଳ ରୂପରେ ଫେରାଇ ଆଣିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଗତ ୟୁପିଏ ସରକାର ସମୟରେ ୨୦୦୫ ମସିହାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଆଇନ ଆରମ୍ଭ ହୋଇଥିଲା । ଏହାଦ୍ୱାରା ପ୍ରତିବର୍ଷ ୫ ରୁ ୬ କୋଟି ଗ୍ରାମୀଣ ପରିବାରକୁ ମଜୁରୀ ଭିତିକ ରୋଜଗାର ଯୋଗାଇ ଦିଆଯାଉଥିଲା । ଏହାଦ୍ୱାରା ଗ୍ରାମୀଣ ଲୋକଙ୍କ ଅର୍ଥନୈତିକ ବିକାଶର ସୁରକ୍ଷା ମୂଳ ଆଧାର ଭାବେ ଦାଦନ କମାଇ ଆସିଛି । ଗ୍ରାମୀଣ ରୋଜଗାର ବଢାଇଛି ଏବଂ ସାମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଆସିଥିଲା । ଏହାର ଚାହିଦା ଭିତିକ ରୂପରେଖ, ନିଶ୍ଚିତ ମଜୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିଲା । ଏଥିରେ ମହିଳାମାନଙ୍କୁ ୬୦ ପ୍ରତିଶତ ନିଯୁକ୍ତିର ସୁଯୋଗ ରହିଥିଲା । ବର୍ତ୍ତମାନର ସରକାର ଏହି ଯୋଜନାରୁ ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଇ ଭିବି-ଜି ରାମ-ଜି ଯୋଜନା କରିଛନ୍ତି । ନୂତନ ଭିବି-ଜି ରାମ-ଜି ଯୋଜନା ଏହି ଆଇନରୁ ସଂପୂର୍ଣ୍ଣ ଭାବେ ଭିନ୍ନ । ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଇବା ସହିତ କେନ୍ଦ୍ର ସରକାରଙ୍କର ହାତରେ ନିଷ୍ପତିକୁ କେନ୍ଦ୍ରୀଭୂତ କରିଛି ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦ ରୁ ୬୦ ପ୍ରତିଶତ କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦିଦେଇଛି । ଏହି ନୂତନ ଯୋଜନା ଗ୍ରାମସଭା ଓ ପଂଚାୟତକୁ ଦୁର୍ବଳ କରିବାରେ ସହାୟକ ହେବ । ବର୍ତ୍ତମାନର ସରକାର ଏହି ଯୋଜନାରୁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମ ହଟାଇବା ଦ୍ୱାରା ଶ୍ରମର ମର୍ଯ୍ୟଦା ପ୍ରତି ଅପମାନ ହେଉଛି । ଏମଜିଏନଆରଜିଏ ର ମୂଲ୍ୟବୋଧକୁ ଶିଥିଳତା କରିବାରେ ଏହା ଏକ ଷଡଯନ୍ତ୍ର ବୋଲି କଂଗ୍ରେସ ପକ୍ଷରୁ ଦାବିକରାଯାଇଛି । ତେଣୁ ପୁଣିଥରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଲାଗୁ କରିବାକୁ ଦାବି କରାଯାଇଥିଲା । ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ନେତା ସୁରେନ୍ଦ୍ର ସାହୁ, ରାୟ ସଂଜୀବ କୁମାର ଦେଓ, ସିତୁ ନାୟକ, ପ୍ରମିଳ ସେଠୀ, ଉଦ୍ଧବ ବେହେରା, ସୁଶାନ୍ତ ମଲ୍ଲିକ, ହୃଦାନନ୍ଦ କହଁର, ବିଶ୍ୱମିରା ପାଢୀ, ଜାମିନୀ ବେହେରା, ସସ୍ମିତା ବେହେରା, ସୁଦର୍ଶନ ପୁଟେଲ, ଉଗ୍ରେସନ ପଟ୍ଟାୟକ, ନିତ୍ୟାନନ୍ଦ କର୍ମୀ, ମନିଶା କରଡିଆ ପ୍ରମୁଖ ସାମିଲ ଥିଲେ ।
ଏମଜିଏନଆରଜିଏ ନାମ ପରିବର୍ତ୍ତନକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ
By NtvOdia
No Comments
February 3, 2026

Tagged:Boudh Congress Meeting
Previous Article
Next Article

କେନ୍ଦ୍ର ବଜେଟକୁ ନେଇ ଜିଲା ବିଜେପିର ସାମ୍ବାଦିକ ସମ୍ମିଳନୀ
ବିଜେଡି ଓଡ଼ିଶା ରାଜନୀତିର ଅସ୍ତଗାମୀ ରାଜନୈତିକ ଦଳ: ବିରଂଚି ନାରାୟଣ ତ୍ରିପାଠୀ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସ ...
March 15, 2026
ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ
March 15, 2026



