Home / ଆମ ଓଡ଼ିଶା / ସହରର ଶ୍ରୀରାମେଶ୍ୱର ମନ୍ଦିରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ସହରର ଶ୍ରୀରାମେଶ୍ୱର ମନ୍ଦିରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

IMG 20260202 WA0007 NtvOdia

ବୌଦ୍ଧ(ଧବଳେଶ୍ଵର ମହାପାତ୍ର): ହିନ୍ଦୁ ସମାଜର ଆତ୍ମ ଶକ୍ତିର ଜାଗରଣ ତଥା ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତିକ ହିନ୍ଦୁ ସମ୍ମିଳନୀ ଆଜି ବୌଦ୍ଧ ସହରର ରାମେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ସଭାପତି ସୂର୍ଯ୍ୟନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମସୁନ୍ଦର ମହାପାତ୍ର ଯୋଗଦେଇ ଥିବାବେଳେ ସମ୍ମାନିତ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଳ ଓ ମୁଖ୍ୟବକ୍ତା ଭାବେ ସଂଘର ବିଭାଗ ବୌଦ୍ଧିକ ପ୍ରମୁଖ ଦେବଦତ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ରର ସୁରକ୍ଷା ପାଇଁ ସମସ୍ତ ହିନ୍ଦୁ ଭେଦଭାବ ଭୁଲି ଏକତ୍ରିତ ହେବାପାଇଁ ଆହ୍ୱାନ ଦେଇଥିଲେ l ଏଥିରେ ନଗର ସଂଯୋଜକ ସାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ବସତି ସହ ସଂଯୋଜକ ବୁଲୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗାୟତ୍ରୀ ପରିବାର ପକ୍ଷରୁ ହୋମଯଜ୍ଞ, ସ୍ଥାନୀୟ ଜଳେଶ୍ୱର ବେଦ ବିଦ୍ୟାପୀଠ ଛାତ୍ରଙ୍କ ଦ୍ୱାରା ବେଦପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକର୍ତ୍ତା, ସେବିକା ସମିତି ମାତୃ ମଣ୍ଡଳୀ, ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବଜରଙ୍ଗ ଦଳ, ବିଦ୍ୟାର୍ଥୀ ପରିଷଦ ସଦସ୍ୟ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *