ବୌଦ୍ଧ: ଜିଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଷିଡିବାରେ ଲାଗିଛି । ବେଆଇନ ଗଂଜେଇ ଚାଷ ସହିତ ଜିଲାରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନିଶା କାରବାର ବୃଦ୍ଧି ପାଇବା ସହ ଚୋରୀ,ଡକାୟତି,ଲୁଟ ଭଳି ଘଟଣା ଜିଲାବାସୀଙ୍କ ପାଇଁ ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ସପ୍ତାହକ ମଧ୍ୟରେ ଜିଲାରେ ଗୋଟିଏ ହତ୍ୟାକାଣ୍ଡ ସହିତ ଦୁଇ ଦୁଇଟି ବଳାତ୍କାର ଘଟଣା ଜିଲାର ବୁଦ୍ଧଜିବୀ ମହଲରେ ଉଦବେଗ ସୃଷ୍ଟି କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ତିନିଦିନ ତଳେ ବୌଦ୍ଧଥାନା କଉଡିଆତୋଳା ଗ୍ରାମରେ ଘଟିଥିବା ଯୋଜନାବଦ୍ଧ(ଟ୍ରାକ୍ଟର ମଡାଇ) ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଦୁଇଦିନ ତଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ବିରିଗଡ ଗ୍ରାମରେ ଜଣେ ନାବାଳିକା ତାର ସଂପର୍କିୟଙ୍କ ଦ୍ୱାରା ବଳତ୍କାର ଶିକାର ହୋଇଥିବାବେଳେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲୁ ରହିଛି । ସେହିପରି ବୌଦ୍ଧ ଥାନା ବନ୍ଧାପଥର ଗ୍ରାମର ଜଣେ ମହିଳାଙ୍କୁ ବଲାତ୍କାର ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିବାବେଳେ ବର୍ତ୍ତମାନ ମହିଳା ଜଣକ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ବଳତ୍କାର ଘଟଣାକୁ ଶାସକଦଳର କର୍ମୀଙ୍କ ସହ ଯୋଡି ସାମାଜିକ ଗଣମାଧ୍ୟମରେ ରାଜନୈତିକ ରୂପ ଦିଆଯାଉଥିବାବେଳେ ପୁଲିସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ପୁଲିସ ସୁତ୍ରରୁ ମିଳିଥିବା ସୁଚନା ମୁତାବକ ବନ୍ଧାପଥର ଗ୍ରାମର ମହିଳା ଜଣକ ଗତ ୧୭ ତାରିଖ ରାତିରେ ପରିସ୍ରା ପାଇଁ ଘରର ବାଡିପଟକୁ ଯାଇଥିବାବେଳେ ଅଭିଯୁକ୍ତ ଜଣକ ତାଙ୍କ ମୁଣ୍ଡରେ ଆଘାତ କରିଥିଲେ । ସେହି ଆଘାତ ଫଳରେ ମହିଳା ଜଣକ ଅଚେତ ହୋଇଯିବାପରେ ଅଭିଯୁକ୍ତ ତାଙ୍କ ସହ ବଲାତ୍କାର କରିଥିବା ନେଇ ଗତ ୧୯ ତାରିଖରେ ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଲିଖିତ ଅଭିଯୋଗ ଆଧାରେ ବୌଦ୍ଧ ପୋଲିସ ଥାନା କେସ ନମ୍ବର ୩୨/୨୬ରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା ଜଣାପଡିଛି । ତେବେ ପ୍ରତିଦିନ ଜିଲାରେ ଏହି ଭଳି ବଡ ବଡ ଅପରାଧିକ ଘଟଣା ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସାଧାରଣରେ ଆଲୋଚନା ହେଉଅଛି ।
ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ
By NtvOdia
No Comments
January 23, 2026

Previous Article
Next Article

ମର୍ଜାକୁଦ ବ୍ରିଜ ଛକ ନେତାଜୀଙ୍କ ପ୍ରତିମୁର୍ତ୍ତି ନିକଟରେ ପରାକ୍ରମ ଦିବସ ପାଳିତ
କା’ରେ ଚାଲିଛି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ବାଣ ବିସ୍ଫୋରଣ ରେ ଥରିଲା ପୁରୁଣାକଟକ
February 21, 2026



