Home / ଆମ ଓଡ଼ିଶା / ହାଇୱା-ଟ୍ରକ ମୁହାଁମୁହିଁ ଧକ୍କା

ହାଇୱା-ଟ୍ରକ ମୁହାଁମୁହିଁ ଧକ୍କା

Acccident NtvOdia

ହରଭଙ୍ଗା(ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ- ଛତ୍ରଙ୍ଗ ପୂର୍ତ୍ତବିଭାଗ ରାସ୍ତା କରଞ୍ଜକଟାଠାରେ ଏଆରଏସଏସ କମ୍ପାନୀର ଚିପ୍ସ ବୋଝେଇ ହାଇୱା ଏବଂ ଜେସିବି ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା l ଚିପ୍ସ ବୋଝେଇ ହାଇୱା ଛତ୍ରଙ୍ଗ ପାର୍ଶ୍ୱରୁ ଯାଉଥିବା ବେଳେ ବିପରୀତ ଦିଗରୁ ଜେସିବି ବୋଝେଇ ଟ୍ରକ ଆସୁଥିଲା l ହଠାତ ଚିପ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଜେସିବି ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା l ଫଳରେ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଖବର ପାଇ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *