Home / ରାଜନୀତି / VBG -RAM G ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

VBG -RAM G ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

WhatsApp Image 2026 01 20 at 7.04.14 PM 1 NtvOdia

ବୌଦ୍ଧ: ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ଜିଲ୍ଲା ସଭାପତି ପ୍ରେମନନ୍ଦ ମିଶ୍ରଙ୍କ ନେତୃତ୍ୱରେ “VB G -RAM G ଜନ ଜାଗରଣ ଅଭିଯାନର ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ପୂର୍ବରୁ ଚାଲିଥିବା MANREGA ନାମରେ ହେଉଥିବା ଠକେଇକୁ ପରିବର୍ତ୍ତନ କରି ସରକାରଙ୍କ ଦ୍ୱାରା G RAM G ଆଇନ ନାମରେ ପରିବର୍ତ୍ତନ କରି ନିୟମର ସଂଶୋଧନ କରାଯାଇଛି l ପୂର୍ବତନ ଜିଲ୍ଲା ସଭାପତି ତଥା ଜିଲ୍ଲା କୋଡ଼ିନେଟର ବିପ୍ରଚରଣ ମହାନ୍ତି ତାଙ୍କ ବକ୍ତବ୍ୟରେ ଏହି ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ l ଗ୍ରାମୀଣ ନିଯୁକ୍ତି ସହିତ ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ସମ୍ମାନର ସହିତ ନିଯୁକ୍ତି ପ୍ରଦାନ କରେ ବୋଲି ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ କହିଥିଲେ l ପ୍ରତ୍ୟେକ ମଣ୍ଡଳ ଏବଂ ପ୍ରତ୍ୟେକ ବୁଥରେ କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ପାଖରେ କିଭଳି ଏହି ବାର୍ତ୍ତା ପହଞ୍ଚିବ ତାହାକୁ ନେଇ ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଅଗ୍ରୱାଲ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ l ଜିଲ୍ଲା ସମ୍ପାଦକ ରାଜକୁମାର ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପିନାକଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସାଧାରଣ ସମ୍ପାଦକ ତପନ କୁମାର ଡାଙ୍ଗ, ସତ୍ୟାନନ୍ଦ ପାଣ୍ଡେ, ପିନାକଧର ରଣା ,ଜିଲ୍ଲାର ସମସ୍ତ ପୂର୍ବତନ ସଭାପତି, ଜିଲ୍ଲା କମିଟିର ସଦସ୍ୟ, ସମସ୍ତ ମଣ୍ଡଳ ସଭାପତି ଏବଂ କାର୍ଯ୍ୟକ୍ରମର ମଣ୍ଡଳ ଟୋଲିର ସଦସ୍ୟମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *