Home / ଆମ ଓଡ଼ିଶା / ବିଶ୍ୱ ହିନ୍ଦୁ ପରିଷଦର ବୈଠକ

ବିଶ୍ୱ ହିନ୍ଦୁ ପରିଷଦର ବୈଠକ

Hindu Sammilani at Baunsuni NtvOdia

ବୌଦ୍ଧ, (ସର୍ବେଶ୍ୱର କ୍ଷେତି): ବୌଦ୍ଧସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ହିନ୍ଦୁ ପରିଷଦର ଚଳିତ ବର୍ଷର ଶେଷ ଜିଲ୍ଲା ବୈଠକ ପରିଷଦର ସଭାପତି ଶମ୍ଭୁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ମାନନୀୟ ଦିଲ୍ଲୀପ କୁମାର ମେହେର ଯୋଗ ଦେଇ ବୈଠକର ବିଶେଷତ୍ୱ ଉପରେ ବୁଝାଇଥିଲେ l ଆଗକୁ ଭାରତ ବର୍ଷର ହିନ୍ଦୁ ସମାଜ କିପରି ବିଷମ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଏବଂ ମୁସଲିମ ଓ ବାଂଲାଦେଶୀମାନଙ୍କ ଦ୍ୱାରା ଅତ୍ୟାଚାରିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ । ଏହାପରେ ଆୟୋଜକ ଚକିତ କୁମାର ଭଞ୍ଜ ଜିଲ୍ଲା ସମ୍ପାଦକଙ୍କ ଦ୍ୱାରା ପ୍ରାନ୍ତରୁ ଆସିଥିବା ଧର୍ମରକ୍ଷା ନିଧି ସଂଗ୍ରହର ଶୁଭାରମ୍ଭ ବୈଠକ ରେ ଉପସ୍ଥିତ ଥିବା ପ୍ରାୟ ଚାଳିଶ ଜଣ ଅପେକ୍ଷିତ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରାଯାଇଥିଲା ଓ ଏହାକୁ ଫେବୃୟାରୀ ୧୫ ତାରିଖ ସୁଦ୍ଧା ସମାପ୍ତି କରାଯାଇ ସମୁଦାୟ ଅର୍ଥ ପ୍ରାନ୍ତକୁ ପ୍ରେରିତ କରାଯିବାକୁ ନିଷ୍ପତ୍ତି ନିଆଗଲା । ଆସନ୍ତା ମାର୍ଚ୍ଚ ୧୪-୧୫ ତାରିଖ ବୌଦ୍ଧରେ ବିଶ୍ୱହିନ୍ଦୁ ପରିଷଦର ପରିଚୟ ବର୍ଗ କରାଯିବାକୁ ଶ୍ରୀ ମେହେରଙ୍କ ଦ୍ୱାରା ଘୋଷିତ କରାଗଲା l କିଛି ନୂତନ କାର୍ଯ୍ୟକର୍ତ୍ତା ତଥା ପ୍ରଚାର ପ୍ରସାର, ବଜରଙ୍ଗ ଦଳ ନଗର ସଂଯୋଜକ ଭାବେ ସାବନ କୁମାର ମିଶ୍ର, ପରିଷଦର ବିଦ୍ୟାର୍ଥୀ ପ୍ରମୁଖ ଭାବେ ସୁଦୀପ୍ତ ମିଶ୍ର, ସେବା ପ୍ରମୁଖ ଭାବେ ବୀରେନ୍ଦ୍ର ମେହେର ଜିଲ୍ଲା ବଜରଙ୍ଗ ଦଳର ସୁରକ୍ଷା ପ୍ରମୁଖ ଅଖିଳ କୁମାର ଦାନୀ, କଣ୍ଟାମାଳ ଗୋରକ୍ଷା ପ୍ରମୁଖ ଭାବେ ଗଣେଶ ଭୋଇ, କଣ୍ଟାମାଳ ବଜରଙ୍ଗ ଦଳ ସଂଯୋଜକ ଭାବେ ଅନନ୍ତ ବାଘଙ୍କ ନାମ ସର୍ବସମ୍ମତିକ୍ରମେ ଘୋଷଣା କରାଗଲା ଶେଷରେ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦର ଉପ ସଭାପତି ସାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *