Home / ଆମ ଓଡ଼ିଶା / ଚଳିତ ବର୍ଷ ତିନି ଦିନିଆ ବିଶ୍ଵ ମହିଳା ଦିବସ ପାଳିତ ହେବ

ଚଳିତ ବର୍ଷ ତିନି ଦିନିଆ ବିଶ୍ଵ ମହିଳା ଦିବସ ପାଳିତ ହେବ

IMG 20260305 WA0038 scaled NtvOdia

ସୁବର୍ଣ୍ଣପୁର: ୬ ରୁ ୮ ତାରିଖ ଯାଏଁ ସୁବର୍ଣ୍ଣପୁରରେ ବିଶ୍ଵ ମହିଳା ଦିବସ ପାଳିତ ହେବ ବୋଲି ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ କ୍ରୀଡା ବିଭାଗ ଦ୍ୱାରା ତିନି ଦିନ ଧରି ଆୟୋଜିତ ହେବାକୁ ଥିବା ବିଶ୍ଵ ମହିଳା ଦିବସ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଥିଲା। ଚଳିତ ବର୍ଷ ବିଶ୍ଵ ମହିଳା ଦିବସ ଉପଲକ୍ଷେ ପ୍ରଥମ ଦିନ ୬ ମାର୍ଚ୍ଚ ସକାଳ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ମହିଳାମାନଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସ ଏବଂ ବିଭିନ୍ନ ବ୍ୟୟାମ ଜିଲ୍ଲା ଟାଉନ ହଲରେ ଆୟୋଜିତ ହେବ। ଦ୍ୱିତୀୟ ଦିନ ୭ ମାର୍ଚ୍ଚ ସକାଳ ସମୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଓ ନେତୃତ୍ୱ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଜିଲ୍ଲା ଟାଉନ ହଲରେ ଅନୁଷ୍ଠିତ ହେବ। ୮ ମାର୍ଚ୍ଚ ବିଶ୍ଵ ମହିଳା ଦିବସ ଅବସରରେ ସୁରେଶ୍ୱରୀ ମନ୍ଦିରରୁ ସୋନପୁର କଲେଜ ପଡିଆ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା ଆୟୋଜନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ମହିଳା ଖେଳାଳି ଏବଂ ଗୃହିଣୀମାନଙ୍କୁ ମୁଖ୍ୟତଃ ସମ୍ମିଳିତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ସୂଚନା ଦେଇଥିଲେ।
ଏହି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ସମ୍ପର୍କିତ ସୂଚନା ଜନସାଧାରଣଙ୍କ ଓ ମହିଳାମାନଙ୍କ ନିକଟରେ ପହଞ୍ଚାଇବା ସହିତ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ସେମାନଙ୍କ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମ ଗୁଡିକରେ ପ୍ରକାଶନ ଓ ପ୍ରସାରଣ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ପଞ୍ଚାୟତିରାଜ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *