Home / ଆମ ଓଡ଼ିଶା / ବେଆଇନ ବାଲି ଚାଲଣ: ପ୍ରଶାସନ ଅନ୍ଧା କି ଚୁପ୍ପି ରହିବାରେ ଲାଭ?

ବେଆଇନ ବାଲି ଚାଲଣ: ପ୍ରଶାସନ ଅନ୍ଧା କି ଚୁପ୍ପି ରହିବାରେ ଲାଭ?

Sade Mafia In Boudh

ବୌଦ୍ଧ: ବୌଦ୍ଧଜିଲ୍ଲାରେ ଚାଲିଥିବା ବେଆଇନ ବାଲି ଚାଲଣ ଓ ଗଂଜେଇ ଚାଲାଣ ରୋକିବାରେ ପ୍ରଶାସନ ସଂପୁର୍ଣ୍ଣ ବିଫଳ ହୋଇଛି । ବାଲି ମାଫିଆ ଓ ଗଂଜେଇ ମାଫିଆଙ୍କ ସହିତ ଜିଲା ପ୍ରଶାସନର କିଛି ଅଧିକାରୀଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଜିଲ୍ଲାରେ ବାଲି ଓ ଗଂଜେଇ ଚାଲାଣ ବୃଦ୍ଧି ପାଉଛି ବୋଲି ବୌଦ୍ଧର ପୂର୍ବତନ ବିଧାୟକ ସୂଜିତ କୁମାର ପାଢୀ ଆଜିଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି । ସ୍ଥାନିୟ ସର୍କିଟହାଉସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ଶ୍ରୀ ପାଢୀ ଅଭିଯୋଗ କରିଛନ୍ତି ଯେ, ବୌଦ୍ଧଜିଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଏପରି ବଢିଯାଇଛି ଯେ ମାଫିଆମାନେ ଅଧିକାରୀ ଓ ପୁଲିସଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ଜିଲ୍ଲାରେ କେତେକ ସ୍ଥାନରେ ବେଆଇନ ଚାଲାଣ ହେଉଥିବା ନେଇ ଗତ ୧୪ ତାରିଖ ଦିନ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲି । ଏଥିସହିତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ରାଜସ୍ୱ ବିଭାଗ,ରାଜସ୍ୱ ଡିଭିଜନ ସମ୍ବଲପୁରକୁ ମଧ୍ୟ ତାହାର ଏକ କପି ପଠାଯାଇଛି । ହେଲେ ଚାରି ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଠାରୁ କୌଣସି ଉତ୍ତର ମିଳିଲା ନା ସେହି ଚିଠିର ପ୍ରାପ୍ତି ସ୍ୱୀକାର କଲେ । ସରକାରୀ ନିୟମ ଅନୁସାରେ ଯଦି କୌଣସି ବିଧାୟକ କିମ୍ବା ପୂର୍ବତନ ବିଧାୟକ ଅଧିକାରୀଙ୍କୁ ପତ୍ର ପ୍ରଦାନ କରନ୍ତି ତାହାହେଲେ ସରକାରୀ ନିୟମ ଅନୁଯାଇ ତାହାର ପ୍ରାପ୍ତି ସ୍ୱୀକାର ୨୪ ଘଣ୍ଟା ମଧ୍ୟରେ ହେବା ଦରକାର । ତାହାପରେ ଯଦି ସେହିପତ୍ର ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାହେଲେ ସେ ବିଷୟରେ ଜଣାଇଦେବା କଥା, ହେଲେ ପ୍ରଶାସନକୁ ଗତ ୧୪ ତାରିଖରୁ ଜଣାଇ ଥିଲେ ମଧ୍ୟ ପ୍ରଶାସନ ନିରବ ରହିଛି । ଗତ କିଛିଦିନ ତଳେ ଜିଲ୍ଲାପାଳ ମହାନଦୀର ଏକ ନିର୍ଦ୍ଦିଷ୍ଟ ବାଲି ଘାଟକୁ ଯାଇ ରାତିଅଧରେ ସେଠାରେ ଚଢଉ କରିଛନ୍ତି । ହରଭଙ୍ଗା ଓ ସାକୁସିଙ୍ଗା ବାଲି ଘାଟର ଅବଧି ଗତ ୧୬ ଡିସେମ୍ବରରୁ ସରିଯାଇଛି । ହେଲେ ସଠାରୁ ଆଜିବି ବେଆଇନ ଭାବରେ ବାଲି ଚାଲାଣ ଚାଲିଛି । ପ୍ରଶାସନ ତରଫରୁ ତାର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସେଠାରେ ତାଙ୍କୁ ୧୨.୫୫ ଏକର ଲିଜ ଦିଆଯାଇଥିଲା । ବର୍ତ୍ତମାନ ସେ ଉକ୍ତ ସ୍ଥାନ ବାହାରୁ ୪୦ ଏକର ଜାଗାରୁ ବାଲି ଉତ୍ତୋଳନ କରିସାରିଲେଣି । ପରିବେଶ ପ୍ରଦୁୁଷଣ ପ୍ରମାଣ ପତ୍ର ନାହିଁ । ଉଭୟ ବାଲିଘାଟରୁ ଲିଜ ଦିଆ୍‌ାଇଥିବା ଅଞ୍ଚଳରୁ ଅଧିକ ୨୦ ଏକର ଜାଗାରୁ ବାଲି ଉତ୍ତୋଳନ କରୁଥିବା ବେଳେ ଆଜିମଧ୍ୟ ଖୋଲାଖୋଲି ବାଲି ଚାଲାଣ ଜାରି ରହିଛି । ସେହିପରି ଡିଆଁଘାଟ ବାଲିଘାଟର ଲାଇସେନ୍ସ ଅବଧି ସରିନଥିଲେ ମଧ୍ୟ ସେଠାରୁ ବିନା ଟ୍ରାଂଜିଟ ପାସରେ ଦିନ ରାତି ଶହ ଶହ ଟ୍ରିପ ବାଲି ଚାଲାଣ ଚାଲିଛି । ସୁରଣ୍ଡି ଓ ଖରସଙ୍କୁଲୋଇ ଘାଟରୁ ମଧ୍ୟ ବେଆଇନ ଭାବରେ ବାଲି ଚାଲାଣ ଲାଗି ରହିଛି । କୃଷ୍ଣମୋହନପୁର ବାଲି ଘାଟରେ ଯେତିକି ଲିଜ ଦିଆଯାଇଥିଲା ତାହାଠାରୁ ଅଧିକ ୪୦ ଏକର ଅଧିକ ଅଞ୍ଚଳରୁ ବାଲି ଉତ୍ତଳନ ହେଉଛି । ଏହି ଘାଟରୁ ୨ ହଜାର କ୍ୟୁବିକ୍ ମିଟର ବାଲି ଉତ୍ତୋଳନ ପାଇଁ ଲିଜ ଦିଆଯାଇଥିଲା । ତାହା ମାର୍ଚ୍ଚ ସୁଦ୍ଧା ସାରିବା କଥା ହେଲେ ନଭେମ୍ବର ମାସ ସୁଦ୍ଧା ସେତିକି ପରିମାଣର ବାଲି ଉତ୍ତଳନ କରିବା ପରେ ଏପର୍ଯ୍ୟନ୍ତ ଆଉ କିଛି ଅଂଚଲରୁ ବାଲି ଉଠାଇ ସାରିଲେଣି । ଏପର୍ଯ୍ୟନ୍ତ ସେମାନେ ୩୫ ଶହ କ୍ୟୁବିକ ମିଟର ବାଲି ଉଠାଇ ସାରିଛନ୍ତି । କେବଳ ପ୍ରଶାସନ ଗୋଟିଏ ମାତ୍ର ବାଲିଘାଟ ଉପରେ ଚଢଉ କରୁଥିବା ବେଳେ ପ୍ରାୟ ୪୦ କିଲୋମିଟର ଦୂର ମଧ୍ୟରେ ଏହି ସବୁ ବାଲି ଘାଟରୁ ବାଲି ଚାଲାଣ ହେଉଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଛି କାହିଁକି ବୋଲି ଶ୍ରୀପାଢି ପ୍ରଶ୍ନ କରିଛନ୍ତି । ଜିଲାରେ ବାଲି ଚୋରୀ ହୋଇଥିବା ଘାଟ ଗୁଡିକର ଡ୍ରୋନ ମାଧ୍ୟମରେ ସର୍ଭେ କରି ସରକାରଙ୍କ କ୍ଷତି ହୋଇଥିବା ପ୍ରାୟ ୧୦କୋଟି ଟଙ୍କାର ରାଜସ୍ୱ ର ପେନାଲଟି ଆଦାୟ କରିବାକୁ ସେ ଜିଲ୍ଲାପାଳଙ୍କୁ ମେଲ ମାଧ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଲା ଜିଲାରେ ଚାଲିଥିବା ଏହି ବେଆଇନ ବାଲିଘାଟ ଗୁଡିକର ମାଲିକ କିଏ ଏବଂ ଏହି ବ୍ୟବସାୟକୁ କିଏ ସୁରକ୍ଷା ଯୋଗାଉଛି ତାହା ତଦନ୍ତ କରି ଲୋକଙ୍କୁ ଅବଗତ କରାଇବାକୁ ଶ୍ରୀପାଢି ଦାବି କରିଛନ୍ତି । ଯଦି ପ୍ରଶାସନ କୌଣସି ପଦକ୍ଷେପ ନନିଏ ଆଗାମୀ ଦିନରେ ଏ ସଂପର୍କରେ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀପାଢି ଚୋତବାନୀ ଦେଇଛନ୍ତି । ସେହିପରି ଜିଲ୍ଲାରେ ଗଂଜେଇ ଚରାଭୂଇଁ ପାଲଟିଛି । ବାର୍ଷିକ ରିପୋର୍ଟ ଦେବା ପାଇଁ ପୁଲିସ ପକ୍ଷରୁ କିଛି କେସ କରାଯାଏ ଏବଂ ମାଫିଆଙ୍କ ସହ ସଲା ସୁତୁରାରେ ବାକି ସବୁ ଛାଡି ଦିଆଯାଉଛି । ବୌଦ୍ଧରୁ ଗଂଜେଇ ଚାଲାଣ ହେଉଥିବା ବେଳେ ବାହାର ଜିଲ୍ଲାରେ ତାହା ଧରା ପଡୁଛି । ନିକଟ ଅତିତରେ ନାଗାଲାଣ୍ଡ ନମ୍ବର ଥିବା ଏକ କଂଟେନରରେ ବୌଦ୍ଧଜିଲ୍ଲାରୁ ଚୋରା ଚାଲାଣ ହେଉଥିବା ବେଳେ ସୋନପୁର ଜିଲ୍ଲା ସୁବଳିଆ ନିକଟରେ ଦୁରଦୁରା ନିକଟରେ ପୁଲିସ ଅଟକାଇ ସେହି ଗାଡିରୁ ପ୍ରଚୁର ପରିମାଣର ଗଂଜେଇ ଜବତ କରିଥିଲା । ଏହି ଚାଲାଣରେ ମନମୁଣ୍ଡା ଥାନା ଅଂଚଳର ପ୍ରଶାନ୍ତ ପ୍ରଧାନ ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲି ସୋନପୁର ଏସପି ସେତେବେଳେ ସୂଚନା ଦେଇଥିଲେ । ଆଜି ଏତିକି ଦିନ ବିତିଯାଇଥିଲେ ମଧ୍ୟ କିଏ ସେ ପ୍ରଶାନ୍ତ ପ୍ରଧାନ ବୌଦ୍ଧଜିଲ୍ଲା ପୁଲିସ ଖୋଜିକି ପାଇ ପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ । ଶୁଶାନ୍ତ ପ୍ରଧାନର ନାମକୁ ଚାର୍ଜସିଟରୁ କାଟିଦେବା ପାଇଁ ସୋନପୁର ପୁଲିସ ସହିତ ଯୋଗସୂତ୍ର ରଖାଯାଉଛି । ଉତ୍ପାଦନ ଗଂଜେଇ ଖୋଲା ବଜାରକୁ ଛାଡନ୍ତୁ ବୋଲି ଶ୍ରୀପାଢି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

Tagged:

Leave a Reply

Your email address will not be published. Required fields are marked *