ମେଷ ରାଶିଫଳ : ଏହି ରାଶିରେ ଜନ୍ମ ହେବା ବ୍ୟକ୍ତି ସର୍ବଦା ଚଞ୍ଚଳ ଓ ସକ୍ରିୟ । ସର୍ବଦା ଉଚ୍ଚ ଆଶା ଓ ଉଦ୍ଦେଶ୍ୟ ରଖିବା ଲୋକ ଛୋଟ କାମ ଏବଂ ନିନ୍ଦନୀୟ କାମ କେବେ କରିବାକୁ ଚାହାଁନ୍ତି ନାହିଁ । ଆତ୍ମାଭିମାନୀ, ସାହାସୀ ଓ ଧୈର୍ଯ୍ୟବାନ୍ ଅଟନ୍ତି । ଯେ କୌଣସି କାର୍ଯ୍ୟରେ ମୁଖ୍ୟ ଦାୟିତ୍ଵ ନେବାକୁ ଚାହାଁନ୍ତି। ଅନ୍ୟମାନଙ୍କୁ ପରିଚାଳିତ କରିବାକୁ ଚାହାଁନ୍ତି । ନିଜେ କାହାର ଅଧୀନରେ ରହି ଅନ୍ୟର ଅଙ୍ଗୁଳି ନିର୍ଦ୍ଦେଶରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ । କୌଣସି ସମୟରେ ଅନ୍ୟକୁ ପଚାରିବା କିମ୍ବା ଅନ୍ୟର ପରାମର୍ଶ ନେବା ଚାହାଁନ୍ତି ନାହିଁ । ନିଜ ମତ ଉପରେ ବେଶି ନିର୍ଭର କରନ୍ତି ଏବଂ ଫଳାଫଳ ପାଇଁ ନିଜେ ଦାୟୀ ରହନ୍ତି । ଯଥା ସମ୍ଭବ କଠିନ କାର୍ଯ ବି ନିଜେ ଏକାକୀ କରିବାକୁ ଚେଷ୍ଟା କରନ୍ତି । ଅନ୍ୟର ସାହାଯ୍ୟକୁ ଅପେକ୍ଷା କରନ୍ତି ନାହିଁ । ଅନ୍ୟମାନଙ୍କ ବାଛିବା ଦଳର ଦାୟିତ୍ଵ ନେବା ଏବଂ ଅଧିନାୟକ ହେବା ପାଇଁ ଏହି ମାନେ ଉପଯୁକ୍ତ ଲୋକ । କାହା ପଛରେ ଗୋଡାଇବା ବା ବୁଜୁକା ବୋହିବା ମୋଟେ ପସନ୍ଦ କରନ୍ତି ନାହିଁ । ଦୃଢମନ ଏବଂ ଜିଦ୍ଖୋର ଲୋକ । ଖୋସାମତି କରିବା ଏମାନଙ୍କ ପକ୍ଷେ ସମ୍ଭବ ନୁହେଁ । ବଡ ପରିବର୍ତ୍ତନ ପ୍ରିୟ । ହଠାତ୍ ପରିବର୍ତ୍ତନ କରିବା ଚାହାନ୍ତି, କରିପାରନ୍ତି ମଧ୍ୟ । ସର୍ବଦା ମନ ଭିତରେ ବଡବଡ ଯୋଜନା ନେଇ ବୁଲୁଥାନ୍ତି । ଉତ୍ତମ ପୁରୁଷତ୍ୱ ସ୍ଵାସ୍ଥ୍ୟ ସବଳ ଏବଂ କ୍ଷୀଣ ସର୍ବଦା ଚିନ୍ତିତ । ବହୁତ ଆଦାୟ କରିବା ତଥା ଖର୍ଚ୍ଚ କରିବା ଚାହାଁନ୍ତି । ଭବିଷ୍ୟତ ପାଇଁ ରଖିବା ସମ୍ଭବ ନୁହେଁ । ଖାତିରି ନଥିବା ଲୋକ । ଟିକିଏ ସତର୍କ ନ ହେଲେ ବିଶେଷ ଖର୍ଚ୍ଚ ଯୋଗୁଁ ଏବଂ ଅନ୍ୟମାନଙ୍କ ଟେକାଟେକିରେ ପଡି ବାଜେଖର୍ଚ୍ଚ ଯୋଗୁଁ ଭବିଷ୍ୟତରେ ଅର୍ଥାଭାବ ଘଟିପାରେ । ଏମାନେ ନିଜ ପରିଚାରକୁ ବହୁତ ଭଲ ପାଆନ୍ତି । ପରିବାରର ସାଧାରଣ ଅପମାନ ବି ସହ୍ୟ କରିପାରନ୍ତି ନାହିଁ । ଉତ୍ତମ ଶକ୍ତି ପ୍ରବଳ ଇଚ୍ଛା ଏକ ମହାନ୍ ଅଭିଳାଷ ଯୋଗୁଁ ଉଚ୍ଚ ପଦକୁ ଉଠି ପାରନ୍ତି । ଧନ, ସମ୍ମାନ ଲାଭ କରିପାରିବେ । ଟିକିଏ ସ୍ତ୍ରୀ ବଶବର୍ତ୍ତୀ ଲୋକ । ସମସ୍ତ ପ୍ରକାର ବଳଶାଳୀ ଏବଂ ଚଞ୍ଚଳା କାମ ବା ଚାକିରୀ ଏହାଙ୍କର ଅନୁକୂଳ ଅଟେ । ଯେତେବେଳେ ଚନ୍ଦ୍ର, ଶୁକ୍ର, ବୁଧ, ବୃହସ୍ପତି, ମେଷ, କର୍କଟ, ସିଂହ, ତୁଳା, ଧନୁ କିମ୍ବା ମକରରେ ଗୋଚରରେ ଥାଆନ୍ତି ତଥା ରାହୁ, କେତୁ, ଶନି, ରବି, ମଙ୍ଗଳ, ମିଥୁନ, କନ୍ୟା, କୁମ୍ଭରେ ଗୋଚରରେ ଥାଆନ୍ତି ଶୁଭ ଅଟେ । ଅନ୍ୟଥା ଅଶୁଭ ।
ମେଷ ରାଶିର ବ୍ୟକ୍ତି କେମିତି ହୋଇଥାନ୍ତି ଦେଖନ୍ତୁ ପୁରା ସଠିକ୍…






