Home / ରାଜନୀତି / ରାଜ୍ୟସଭା ନିର୍ବାଚନ ରଘୁନାଥଙ୍କ ପାଇଁ ଅଡ଼ୁଆ ସୂତା!

ରାଜ୍ୟସଭା ନିର୍ବାଚନ ରଘୁନାଥଙ୍କ ପାଇଁ ଅଡ଼ୁଆ ସୂତା!

IMG 20260302 WA0009 NtvOdia

ସୁବର୍ଣ୍ଣପୁର: ରାଜ୍ୟସଭା ନିର୍ବାଚନ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। ବିଜେଡ଼ି ତୃତୀୟ ପ୍ରାର୍ଥୀ ଭାବେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। କଂଗ୍ରେସ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି। ଡ଼ ହୋତା ଛିତ୍ତଜ୍ଞାନି ଚାରିଟେବୁଲ ଟ୍ରଷ୍ଟର ସଂସ୍ଥାପକ। ଟ୍ରଷ୍ଟ ମାଧ୍ୟମରେ ପ୍ରତି ଦୁଇ ତିନି ମାସ ଅନ୍ତରରେ ଡ଼ା ହୋତା ଲୋକଙ୍କୁ ମାଗଣା ସେବା ଓ ଔଷଧ ଯୋଗାଇଥାନ୍ତି। ସେ ବାହାରେ ରହୁଥିଲେ ହେଁ ନିଜ ଜନ୍ମ ମାଟିକୁ ଭୁଲି ନାହାଁନ୍ତି। ତେଣୁ ତାଙ୍କ ପ୍ରତି ଜିଲ୍ଲାବାସୀଙ୍କ ଆଦର ଓ ସମ୍ମାନ ରହିଛି। ଡ଼ା ହୋତା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେଲେଣ୍ଡା ଗ୍ରାମର ମୂଳ ନିବାସୀ। ତାଙ୍କ ପ୍ରାର୍ଥୀ ପତ୍ର ଘୋଷଣା ପରେ ପଶ୍ଚିମ ଓଡ଼ିଶା ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇଛି। ବିଶେଷ ଭାବେ ବୀରମହାରାଜପୁର କ୍ଷେତ୍ରର ଲୋକେ ଆଶା ବାନ୍ଧି ବସିଛନ୍ତି ତାଙ୍କ ଅଞ୍ଚଳର ଜଣେ ନାମ କରା ବ୍ୟକ୍ତି ପ୍ରଥମ ଥର ପାଇଁ ଜିଲ୍ଲାରୁ ରାଜ୍ୟସଭା ଯିବେ। ଏହା ଅଞ୍ଚଳ ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ଏଭଳି ସ୍ଥିତିରେ ବୀରମହାରାଜପୁର ବିଧାୟକ ରଘୁନାଥଙ୍କ ଭୋଟ କେଉଁ ଆଡ଼କୁ ଯିବ। ତାକୁ ନେଇ ଉଠିଛି ସହସ୍ର ପ୍ରଶ୍ନ? ଅଞ୍ଚଳବାସୀ ଚାହୁଁଛନ୍ତି ରଘୁନାଥ ନିଜ ମାଟିର ସମ୍ମାନ ରଖନ୍ତୁ। ସେମିତି ଦେଖିଲେ ରଘୁନାଥ ମଧ୍ୟ ବୀରମହାରାଜପୁର ମାଟିର ସନ୍ତାନ। ଯେଉଁ ମାଟି ପାଇଁ ରଘୁନାଥ ଆଜି ବିଧାୟକ ସେହି ମାଟିକୁ ଭୋଟ ଦେବେ ନା ପାର୍ଟିକୁ ଭୋଟ ଦେବେ ତାହା ରଘୁନାଥଙ୍କ ଆଗରେ ପ୍ରଶ୍ନ ହୋଇ ଛିଡା ହୋଇଛି। ଏଯାଏଁ ରଘୁନାଥଙ୍କ ନିଜ ଦଳ ଭାଜପା ପ୍ରାର୍ଥୀ ଘୋଷଣା କରିନାହିଁ। ନିର୍ବାଚନ ସମୟରେ ରଘୁନାଥ ଦଳ ନା ମାଟି ପ୍ରତି କୃତଜ୍ଞ ରହୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *