Home / ଆମ ଓଡ଼ିଶା / ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ

ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ

IMG 20260315 WA0000 NtvOdia

ହରହଙ୍ଗା(କୁନା ବେହେରା): ବୌଦ୍ଧ ଜିଲ୍ଲା ଏକ କୃଷୀ ବହୁଳ ଜିଲ୍ଲା ହୋଇ ଥିବା ବେଳେ ଜିଲ୍ଲାରେ ସମସ୍ତ ଚାଷ ହେଉଥିବା ବେଳେ ମହୁଲ ଗୁଜୁରାଣ ମେଣ୍ଟାଇବା ର ରl ହା କହିଲେ ଚଳେ ଯାହାକି ମହିଳା ଏବଂ ପୁରୁଷ ସକାଳୁ ଭୋର୍ ଭୋର ଭୋଗା ଟୋକେଇ ଧରି ଯାଇଥାନ୍ତି ମହୁଲ ଗୋଟାଇବା ପାଇଁ ପୁଣି ଘରକୁ ଫେରିଲା ବେଳେ ପ୍ରାୟ ୧୦ ଟା ୧୧ ଟା ହୋଇ ଥାଏ ଘର ମାନଙ୍କରେ। ଗୋଟିଏ ଗୋଟିଏ ଛାମୁଣ୍ଡିଆ କରି ତା ଉପରେ ଏକ ବାଉଁଶ ବlଡ ପକାଇ ମହୁଲକୁ ସୁଖାଇ ଥାନ୍ତି ପ୍ରାୟ ଗୋଟେ ଦିନର ମହୁଲ ୪/୫ ଦିନ ହେଲେ ପୁରା ଶୁଖି ଯାଇଥାଏ l ପୁଣି ଯେଉଁ ମହୁଲ ଗୋଟାଇ ଅଣାଯାଇ ଥାଏ ସେହି ମହୁଲ ଫୁଲ କୁ ସଂଗେ ସଂଗେ ଫୁଲ ଭିତରୁ ଚାଇ ବାହାର କରି ଭଲ ଭାବେ ଧୋଇ ଏକ ହାଣ୍ଡି କିମ୍ବା ଏକ ରସ ର ଛୋଟ ହଣ୍ଡl ରେ ଚୁଲି ରେ ସିଝା ଯାଇଥାଏ ସେଥି ରେ ଭଜା କୋଳଥ, କl ଙ୍ଗୁଲ, ଝୁଡୁଙ୍ଗ ପକାଇ ସିଝା ଯାଇଥାଏ ଏବଂ ତାକୁ ଖାଇବାକୁ ଅତି ସୁସ୍ୱାଦୁ ଲାଗି ଥାଏ l ପୁଣି କଞ୍ଚାମହୁଲ କୁ ବାଟି ତାହିଁରେ ଚକୁଳି ଏବଂ ପିଠା କରିଥାନ୍ତି ହେଲେ ଏତିକିରେ ସରିନି ଖରାଦିନେ ମହୁଲ କୁ ଭଲ ଭାବେ ଶୁଖାଇ ତହିଁରୁ ଚାଈ ବାହାର କରି ଭଲ ଭାବେ ଝାଡି ଶୁଖାଇ ରଖା ଯାଇଥାଏ ଠିକ ଆଷାଢ଼ ଏବଂ ଶ୍ରାବଣ ମାସରେ ସେହି ମହୁଲ କୁ ଚୁଲି ରେ ଏକ ମାଟି ହାଣ୍ଡିରେ ଭଜା ଯାଇଥାଏ ଏବଂ ତାକୁ ଭଜା ରାଶି ଏବଂ ଲିଆ କୁ ମିଶାଇ ଭଜା ଯାଇଥାଏ ଏବଂ ତାକୁ ମହୁଲ ଅଠା ବୋଲି କହି ଥାନ୍ତି ଏବଂ ଖାଇବାକୁ ଭାରି ଟେଷ୍ଟ ଲାଗିଥାଏ ଏଭଳି ମହୁଲ ରୁ ବିଭିନ୍ନ ଖାଇବା ଜିନିଷ ତିଆରି ହୋଇ ଥାଏ। ହେଲେ ଅଧୀକ ମହୁଲ ଆମଦାନୀ ହେଉଥିବା ବେଳେ ତାକୁ ଦଲାଲ ମାନେ ଏହି ନିରୀହ ଆଦିବାସୀ ମାନଂକ ଠାରୁ ମାଛ ଶାଗ ଦରରେ କିଣି ଥାନ୍ତି ଯାହାକି ପରିଶ୍ରମ ଅନୁସାରେ ତାର ପ୍ରାପ୍ୟ ନ ପାଉଥିବାରୁ ଚାଷୀ ମହଲରେ ଘୋର ଆସୋନ୍ତୋଷ୍ଟ ଦେଖା ଦେଇଛି l ଯାହାକି ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ସରକାର୍ ଉଚିତ୍ ଦର ଲାଗୁ କରି ଏକ ମଣ୍ଡି ଜରିଆରେ କିଣିବା ପାଇଁ ଦାବି ହେଉଛି।

Tagged:

Leave a Reply

Your email address will not be published. Required fields are marked *