ଭୁବନେଶ୍ୱର: ରାଜ୍ୟରେ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଆଜି ଶୁଭାରମ୍ଭ କରି ୨୦୧ ଦଂପତ୍ତିଙ୍କ ସାମୁହିକ ବିବାହ ଅବସରରେ କନ୍ୟାଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ କନ୍ୟାମାନଙ୍କୁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ । ୪୫ ହଜାର ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଂଟକୁ ଏବଂ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସଂପାଦନା ପାଇଁ ଖର୍ଚ୍ଚ ହେବ । ଯୋଜନା ଅନୁସାରେ କନ୍ୟାର ବୟସ ୧୮ ରୁ ୩୫ ବର୍ଷ ହେବା ସହ ରାଜ୍ୟର ସ୍ଥାୟୀବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ । ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ବଜେଟରେ ୫୯ କୋଟି ଟଙ୍କା ମଧ୍ୟ ବ୍ୟୟବରାଦ କରାଯାଇଛି । ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର ଉପରେ ବିବାହର ଆର୍ଥିକ ଭାର ଲାଘବ ହେବ । ରାଜ୍ୟର ଅଗଣିତ ମାଁ ଓ ଭଉଣୀଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ଯୈାତୁକ ପ୍ରଥା ବିଲୋପ ପାଇଁ ଅଧିକ ପ୍ରୋତ୍ସାହନ ମିଳିବ । ଏଥି ସହ ରାଜ୍ୟରେ ମାଁ ଓ ଭଉଣୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରାଙ୍କ ଏହି ଯୋଜନା ଏକ ବଳିଷ୍ଠ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସମ୍ମାନ, ସଶକ୍ତିକରଣକୁ ସୁଦୃଢ କରିବା ସହିତ “ମହିଳା ନେତୃତ୍ୱାଧିନ ବିକାଶ”କୁ ଶକ୍ତି ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା”ର ଶୁଭାରମ୍ଭ
By NtvOdia
No Comments
February 3, 2026

Previous Article
Next Article

ବିଜେଡି ଓଡ଼ିଶା ରାଜନୀତିର ଅସ୍ତଗାମୀ ରାଜନୈତିକ ଦଳ: ବିରଂଚି ନାରାୟଣ ତ୍ରିପାଠୀ
ବିଜେପିରେ ସାମିଲ ହେଲେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଶରତ ମହାପାତ୍ର ହେଲେ “ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ”ର ସୁବର୍ଣ୍ଣପୁର ଜିଲ୍ଲା ସ ...
March 15, 2026
ମହୁଲ ଫୁଲର ଅଭାବ ବିକ୍ରୀ ଶୋଷଣର ଶିକାର ହେଉଛନ୍ତି ଗରିବ ଚାଷୀ
March 15, 2026



