ପୁରୁଣାକଟକ :ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ–କୁସଙ୍ଗ ପୂର୍ତ୍ତ ରାସ୍ତାର ବାଘଛେପରା ନିକଟରେ ହାଇୱା ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ ହରଭଙ୍ଗା ଥାନା ଧର୍ମନଗର ଗ୍ରାମର ସିଦ୍ଧାନ୍ତ ବାଘ। ଗୁରୁତର ଆହତ ଉପେନ୍ଦ୍ର ଭୋକ୍ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀ ଦିଗକୁ ଯାଉଥିବା ଏକ ହାଇବା ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିବା ଜଣାପଡ଼ିଛି। ଘଟଣା ପରେ ଦମକଳ ବାହିନୀ ଦୁଇଜଣଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲକୁ ନେଇଥିଲେ।
ଏହି ଘଟଣାକୁ ନେଇ ପୁରୁଣାକଟକ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଥାଉକି ଉଭୟ ଦୁଇଜଣ ବାଇକ ଯୋଗେ ନିଜ ଗାଁ ଧର୍ମନଗରକୁ ଯାଉଥିବା ସମୟରେ ହାଇବା ସହ ଧକା ହୋଇଥିଲା । ଘଟଣା ସ୍ଥଳରୁ ହାଇୱା ଫେରାର ମାରିଥିଲା ।
ହାଇୱା–ବାଇକ ମୁହାଁମୁହିଁ ଧକ୍କା,ଜଣେ ମୃତ ଜଣେ ଗୁରୁତର

Tagged:Accident News Today








