ବାଉଁଶୁଣୀ: ବୌଦ୍ଧ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ଗୋଛାପଡା ପଞ୍ଚାୟତର ବନପାଲିସ୍ଥିତ ଭାରତମାତାଙ୍କ ମନ୍ଦିରକୁ ଜିଲ୍ଲା ପ୍ରଶାସନର ପକ୍ଷରୁ ସଦର ବ୍ଲକ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ଗୁରୁବାର ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସମାଜସେବୀ ସୁଶାନ୍ତ ବାଘଙ୍କ ସହିତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ଏଠାରେ ସୂଚାଇ ଦିଆଯାଇ ପାରେକି ୧୯୪୨ ମସିହାରେ ସାରା ଭାରତବର୍ଷରେ ସ୍ବାଧୀନତା ଆନ୍ଦୋଳନ ଚାଲିଥିବା ବେଳେ ବୌଦ୍ଧ ଗଡଜାତରେ ସରକାର ନୂତନ ଜଙ୍ଗଲ ଆଇନ ଲାଗୁ କରିଥିଲେ। ଏହି ଆଇନରେ ଲୋକମାନେ ଘର ତିଆରି ପାଇଁ ଜଙ୍ଗଲରୁ ଆଣୁଥିବା କାଠ ବାଉଁଶ ଉପରେ କର ଦେବାକୁ ଧାର୍ଯ୍ୟ କରାଯାଇଥିଲା। ଯାହାକୁକି ବୌଦ୍ଧ ରାଜ୍ୟର ପ୍ରଜାମାନେ ବିରୋଧ କରିଥିଲେ। ସେତେବେଳେର ଅନେକ ସ୍ୱାଧୀନଚେତା ଯୁବକ ବନପାଲି ଗ୍ରାମରେ ଏକାଠି ହୋଇ ଭାରତମାତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ ଏକ ମନ୍ଦିର ନିର୍ମାଣ କରିଥିଲେ। ଏଥିସହିତ ଲାଗୁ କରାଯାଇଥିବା ସେହି ସରକାରୀ ଆଇନକୁ ବିରୋଧ କରି ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହିଦିନ ଠାରୁ ଏହି ସ୍ଥାନରେ ଭାରତମାତା ଦେବୀ ରୂପେ ପୂଜା ପାଇ ଆସୁଛନ୍ତି। ଆସନ୍ତା ଜାନୁଆରୀ ୨୬ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ଏଠାରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ ପ୍ରକାଶ କରିଛନ୍ତ
ଭାରତମାତା ମନ୍ଦିର ପରିଦର୍ଶନ କଲା ଜିଲ୍ଲା ପ୍ରଶାସନ









