Home / ଆମ ଓଡ଼ିଶା / ପୁଣି ଜୋର ଧରିଛି ବାଘ ରେଳ ଷ୍ଟେସନ୍ ପାଇଁ ଦାବି

ପୁଣି ଜୋର ଧରିଛି ବାଘ ରେଳ ଷ୍ଟେସନ୍ ପାଇଁ ଦାବି

IMG 20260226 WA0008 scaled NtvOdia

ବୌଦ୍ଧ: ପୁଣି ଜୋର ଧରିଛି ଏକ ପୁରୁଣା ଦାବୀ । ବାଘ ରେଳ ଷ୍ଟେସନ୍ ପାଇଁ ଚାଲିଛି ଜୋରଦାର ଲଢେ଼ଇ । ବୌଦ୍ଧ ବ୍ଳକ୍ ବାଉଁଶୁଣୀ ନିକଟସ୍ଥ ବାଘ ଅଞ୍ଚଳରେ ରେଳ ଷ୍ଟେସନ୍ ନିର୍ମାଣ ଦାବୀକୁ ନେଇ “ବାଘ ରେଳ ଷ୍ଟେସନ୍ ସଂଗ୍ରାମ ସମିତି”ର ସଦସ୍ୟମାନେ ଭୁବନେଶ୍ୱରରେ ଅବସ୍ଥିତ East Coast Railway ର ମୁଖ୍ୟ କାର୍ଯ୍ୟାଳୟ ଠାରେ ପହଞ୍ଚି G.M ଙ୍କୁ ଭେଟି ସରକାରଙ୍କୁ ତାଙ୍କର ଦୃଢ଼ ଦାବୀ ସମ୍ପର୍କରେ ଅବଗତ କରାଇଛନ୍ତି। ଏହା ପୂର୍ବରୁ ସମିତି ପକ୍ଷରୁ ବୌଦ୍ଧ, କଣ୍ଟାମାଳ ଓ ବିରମହାରାଜପୁର ବିଧାୟକଙ୍କୁ ମଧ୍ୟ ଦାବୀପତ୍ର ଦେଇ ସମର୍ଥନ ଆହ୍ୱାନ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଘ ଅଞ୍ଚଳରେ ଯଦି ରେଳ ଷ୍ଟେସନ୍ ହୁଏ, ତେବେ ହଜାର ହଜାର ଲୋକଙ୍କ ଯାତାୟାତ ସୁବିଧା ବୃଦ୍ଧି ପାଇବ ଓ ଅଞ୍ଚଳର ଉନ୍ନତିର ନୂଆ ଦ୍ୱାର ଖୋଲିବ ବୋଲି ମତ ପ୍ରକାଶ କରିଛନ୍ତି ।

Tagged:

Leave a Reply

Your email address will not be published. Required fields are marked *