Home / ରାଜନୀତି / ଧର୍ମେନ୍ଦ୍ରଙ୍କ ପାଇଁ ଅଡ଼ୁଆରେ କେନ୍ଦ୍ର ସରକାର

ଧର୍ମେନ୍ଦ୍ରଙ୍କ ପାଇଁ ଅଡ଼ୁଆରେ କେନ୍ଦ୍ର ସରକାର

WhatsApp Image 2026 02 28 at 4.35.07 PM NtvOdia

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରାଗିଛନ୍ତି ମୋଦି ? ଦୀର୍ଘ ଗୋଟିଏ ଦଶନ୍ଧି ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଅଡ଼ୁଆରେ କେନ୍ଦ୍ର ବିଜେପି ସରକାର। ଚାଲିଯିବ କି ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀପଦ । ଏଭଳି କିଛି ଚର୍ଚ୍ଚା ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ପୂର୍ବରୁ UGC ସମ୍ବଦ୍ଧୀୟ କିଛି ନିଷ୍ପତିକୁ ଦେଶରେ ବିଭାଜନ ଆଶଙ୍କା କରି ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ସରକାରଙ୍କୁ କଡା ସମାଲୋଚନା କରିବା ସହ ବିରୋଧ ପ୍ରଦର୍ଶନ କରିଥିବା ବେଳେ ଏବେ ପୁଣି NCERT ପୁସ୍ତକ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଭତ୍ସନା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଟେନସନ ବଢ଼ାଇଦେଇଛି । ପୁସ୍ତକରେ ଆମ ସମାଜରେ ନ୍ୟାୟପାଳିକା ଭୂମିକା ଉପରେ କିଛି ସେନ୍ସିଟିଭ ବିଷୟରେ ପାଠ୍ୟ ପୁସ୍ତକରେ ସମ୍ମିଳିତ କରାଯିବା ପ୍ରସଙ୍ଗକୁ ନେଇ CJI ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ବେଞ୍ଚ କେନ୍ଦ୍ର ଉପରେ କ୍ଷବ୍ଧ ହୋଇଛନ୍ତି I କୁହାଯାଉଛି କୋର୍ଟ ଏଭଳି କ୍ଷୁବ୍ଧ କେବେ ଦେଖା ଦେଇନ ଥିବା ବେଳେ ଅନ୍ୟପଟେ ମୋଦିଙ୍କୁ ବଦନାମ୍ କରିବାକୁ ବିଭାଗର ବଡ଼ ଷଡ଼ଯନ୍ତ୍ର ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି । ଏପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି । ଏଭଳି କରିବାର ଯାହାର ସଂପୃକ୍ତି ଥିବ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ସବୁଠାରୁ ବଡ଼କଥା ଦେଶରେ ଶିକ୍ଷ।ଭଳି ଗୁରୁତ୍ବ ପୂର୍ଣ୍ଣ ବିଭାଗରେ ଏଭଳି ଅବହେଳା ସେ ଜାଣତରେ ହେଉ ବା ଅଜାଣତରେ ସରକାରଙ୍କୁ ବଦନାମ୍ କରିବାକୁ କୋଇ କସର୍ ନେଇ ଛୋଡ଼ି । ଆଗକୁ ଦେଖିବାର ଅଛି ଧର୍ମେନ୍ଦ୍ରଙ୍କ ଶିକ୍ଷା ମନ୍ତ୍ରୀ ପଦ ରହୁଛି ନା ଯାଉଛି I

Tagged:

Leave a Reply

Your email address will not be published. Required fields are marked *