ବୌଦ୍ଧ: ବୌଦ୍ଧ ଜିଲ୍ଲା ର ଘରୋଇ ଇଂରାଜୀ ମିଡିୟମ ସ୍କୁଲ ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୨ତମ ବାର୍ଷିକ ଉତ୍ସବ ସ୍କୁଲର ପ୍ରିନସିପାଲ ଶ୍ରୀ ବିନୟ କରଡ଼ିଆ ଙ୍କ ଅଧ୍ୟକ୍ଷତାରେ ଆଜି ବୌଦ୍ଧ ଟାଉନହଲ ସ୍ଥିତ ଭିକାରୀ କଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମଧୁସ୍ମିତା ଖଟେଇ ମାନବାଧିକାର କମିଶନ ସମ୍ପାଦକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ଼ଃ ସୁଶୀଲ କୁମାର ମହାନ୍ତି ମାନବାଧିକାର କମିଶନ ଉପଦେଷ୍ଟା , କମଳକାନ୍ତ ସାହୁ ଡାଇମେନ୍ସନ ଏଜୁକେସନ ଟ୍ରଷ୍ଟ ନିର୍ଦ୍ଦେଶକ ,ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ଉପସ୍ଥିତ ଥିଲେ । ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଓ ପରେ ପରେ ସମସ୍ତ କୁନିକୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିବାବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ବାର୍ଷିକ ଉତ୍ସବକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।
ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ ର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ









