Home / ଆମ ଓଡ଼ିଶା / ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ସଚେତନତା ସଭା

Screenshot 2026 03 11 19 19 40 59 c1ebbaff44ba152fb7f7c2e1f7129fd1 NtvOdia

ହରଭଙ୍ଗା(କୁନା ବେହେରା):ବୌଦ୍ଧ ଜିଲ୍ଲାର ମାଧପୁର ବନାଞ୍ଚଳରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ନିମନ୍ତେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ମାଧପୁର ରେଞ୍ଜଅଧିକାରୀ ଆସିକ କୁମାର ଡିଗାଲଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଚେତନତା ସଭାରେ ଅଞ୍ଚଳର ବହୁ ଜନସାଧାରଣ ଓ ବନ ସୁରକ୍ଷା ସହ ଜଡିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ।ସଭାରେ ଗ୍ରୀଷ୍ମ ଋତୁ ଆରମ୍ଭ ସହିତ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢ଼ିଥାଏ ବୋଲି ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଜଙ୍ଗଲ ଆମ ପରିବେଶ, ଜଳବାୟୁ ସମତୁଳନ ଓ ବନ୍ୟପ୍ରାଣୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ ନିଆଁ ଦାଉରୁ ସୁରକ୍ଷା କରିବାରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ରେଞ୍ଜର ଡିଗାଲ ମତ ପ୍ରକାଶ କରିଥିଲେ। ଜଙ୍ଗଲରେ ଅବହେଳା ବଶତଃ ନିଆଁ ନ ଲଗାଇବା, ଶୁଖିଲା ପତ୍ର କିମ୍ବା ଘାସକୁ ଅଗ୍ନି ସଂସ୍ପର୍ଶ ନ କରିବା ଏବଂ କୌଣସି ସ୍ଥାନରେ ନିଆଁ ଦେଖିଲେ ସତ୍ବରେ ବନ ବିଭାଗକୁ ସୂଚନା ଦେବାକୁ ଲୋକମାନଙ୍କୁ ଏସି ଏଫ ଆଶିଷ କହଁର ଅନୁରୋଧ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏସି ଏଫ ଆଶିଷ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଡେଣି ଗଡ଼ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ପ୍ରଧାନ ଏବଂ ମାଧପୁର ରେଞ୍ଜରେ କାର୍ଯ୍ୟରତ ବନପାଳ ଅଭିମନ୍ୟୁ ମହାନ୍ତି, ଭକ୍ତ ବତ୍ସଳ ମଲ୍ଲିକ, ସୁମନ୍ତ ମଲ୍ଲିକ,ଫରେଷ୍ଟ ଗାର୍ଡ ଶରତ ନାଏକ, ସୀତାରାମ ବେହେରା, ମିଲି କିସ୍ପିଟା, ଗୀତା ଏକ୍କା, ବୀଣାପାଣି ଖଡୁଆ ସମେତ ସ୍କ୍ୱାର୍ଡ ଟିମ ଉପସ୍ଥିତ ରହିଥିଲେ। ଏଥିରେ ବହୁସଂଖ୍ୟକ ମହିଳା, ଯୁବକ ସଂଘ, ବାନସରଙ୍କ୍ଷଣ ସମିତି ସଭ୍ୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ l ସଭାରେ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହ ବନ ବିଭାଗକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

Tagged:

Leave a Reply

Your email address will not be published. Required fields are marked *