ବୌଦ୍ଧ: ପୁଣି ବାଣ ବିସ୍ଫୋରଣ ରେ ଥରିଲା ପୁରୁଣାକଟକ ଅଞ୍ଚଳ। ଏଥର ବାଣ ବ୍ୟବସାୟୀଙ୍କ ଘରେ ବାଣ ବିସ୍ଫୋରଣ । ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟି ଙ୍କ ଘରେ ବିସ୍ଫୋରଣ । ଘର ପଛପଟରେ ଏକ ଘରେ ମହଜୁଦ ଥିବା ବାଣ ରେ ହଠାତ୍ ନିଆଁ ଲାଗି ବିସ୍ପୋରଣ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ବାଣ ବିସ୍ଫୋରଣ ରେ ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ତେବେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟି ଙ୍କୁ ପୁରୁଣା କଟକ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତେବେ ପୂର୍ବ ରୁ ସେପ୍ଟେମ୍ବର ମାସରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟି ଙ୍କ ପୁରୁଣାକଟକ ଜିଆକଟାରେ ସ୍ଥିତ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ବେଳେ ସେହି ବିସ୍ଫୋରଣ ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ ଏବଂ ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାଣ୍ଟି ଙ୍କୁ ଗିରଫ କରିବା ସହିତ ତାଙ୍କ ବିଭିନ୍ନ ଠିକଣା ରେ ପୋଲିସ ଚଢ଼ାଉ କରି ଟ୍ରକ୍ ଟ୍ରକ୍ ବାଣ ଜବତ କରିଥିଲା ଏବଂ ଏଥି ସହିତ ବ୍ୟବସାୟୀଙ୍କ ଘରେ ଥିବା ସମସ୍ତ ବେଆଇନ ଗଚ୍ଛିତ ବାଣ କୁ ଜବତ କରିଥିଲା ପୋଲିସ। ତେବେ ମାତ୍ର ୪ ମାସ ମଧ୍ୟରେ ବାଣ ବ୍ୟବସାୟୀ କିଭଳି ଭାବେ ଜେଲ ରୁ ବାହାରି ପୁଣି ଥରେ ଏହି ବେଆଇନ ବାଣ ବ୍ୟବସାୟ କରୁଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ବିନା ଲାଇସେନ୍ସ ରେ କିଭଳି ଭାବେ ସେ ପୁଣି ନିଜ ଘରେ ବାଣ ଗଚ୍ଛିତ ରଖିଥିଲେ ଏବଂ କିଭଳି ପୁରୁଣା କଟକ ପୋଲିସ ଏହା ଜାଣି ପାରିଲାନି ନା ପୋଲିସ ସବୁ ଜାଣି ଶୁଣି ଚୁପ୍ ରହିଥିଲା ଯଦ୍ୱାରା କି ଏହି ବ୍ୟବସାୟୀ ଜଣକ ଖୁଲମଖୁଲା ପୁଣି ବ୍ୟବସାୟୀ ଆରମ୍ଭ କରିଥିଲେ ଏ ସବୁକୁ ତଦନ୍ତ କରିବାର ଆବଶ୍ୟକତା ରହିଛି।








