ସୁବର୍ଣ୍ଣପୁର,(ରାମ ଶଙ୍କର ଭୋଇ): ଗତ ଶୁକ୍ରବାର ବିଜୁ ଜନତା ଦଳ ଚାଷୀ ଓ ଆଇନଶୃଙ୍ଖଳା ସମସ୍ୟାକୁ ନେଇ ବିକ୍ଷୋପ ଓ ସମାବେଶ ଆୟୋଜନ କରିଥିଲା। ଏଥିରେ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ଏହା ନିର୍ବାଚନ ପରେ ଓଡ଼ିଶା ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟିର ଅଧ୍ୟକ୍ଷ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଶକ୍ତି ପ୍ରଦର୍ଶନ ବୋଲି ଆଲୋଚନା ହେଉଛି। ବାସ୍ତବରେ ତାହା କଣ ନିରଞ୍ଜନଙ୍କ ଶକ୍ତି ପ୍ରଦର୍ଶନ ଥିଲା? ଏହାକୁ ନେଇ ମଧ୍ୟ ସାଧାରଣରେ ଅନେକ ପ୍ରଶ୍ନ। ବାସ୍ତବରେ ଦେଖିବାକୁ ଗଲେ ଏହା ଦଳୀୟ ରୁଟିଙ୍ଗ କାର୍ଯ୍ୟକ୍ରମ ଥିଲା। ଦଳୀୟ ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହାକି ଯଥେଷ୍ଟ ପୂର୍ବରୁ ହେବା କଥା, ବରଂ ବିଳମ୍ବ ମନେ କରାଯାଇପାରେ। ସମାନ ପ୍ରସଙ୍ଗକୁ ନେଇ ବିଜେଡି ପ୍ରତ୍ୟେକ ଜିଲ୍ଲାରେ ଏଭଳି ସମାବେଶ ଆୟୋଜନ କରୁଛି। ନିରଞ୍ଜନ ଜଣେ ବିଚକ୍ଷଣ ରାଜନୀତିଜ୍ଞ। ଜିଲ୍ଲାର ଅପରାଜେୟ ନେତା। ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ତାଙ୍କ ଦଳର ସୁପ୍ରିମୋ ନବୀନ ବାବୁ ବରଂ ହାରି ଯାଇଛନ୍ତି। କିନ୍ତୁ ସେ ଅପରାଜେୟ ରହିଛନ୍ତି। ଜିଲ୍ଲାର ବିନିକା ନିର୍ବାଚନ ମଣ୍ଡଳୀରୁ ଦୁଇଥର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃର୍ଗଠନ ପରେ ୨୦୦୯ରୁ ସୋନପୁର ଆସନରୁ ଲଗାତାର ଚାରି ଥର ସହ ମୋଟ ଷଷ୍ଠ ଥର ହେଲା ସେ ଜିତି ଆସୁଛନ୍ତି। ହେଲେ ସ୍ବୀକାର କରିବାକୁ ପଡ଼ିବ ସେ ନିର୍ବାଚନ ପରେ ତାଙ୍କ ଦକ୍ଷତା ଅନୁସାରେ ଶକ୍ତି ଦେଖାଇ ପାରିନାହାନ୍ତି। ନିରଞ୍ଜନଙ୍କ ଏକାନ୍ତ ଅନୁଗତ ସୁବର୍ଣ୍ଣପୁର ବିଜେଡି ସଭାପତି ସରୋଜ କମ୍ପଙ୍କ ସମେତ ଅନେକ ଲୋକ ପ୍ରତିନିଧି କିଛି ମାସ ପୂର୍ବରୁ ନିର୍ଦ୍ଧୁମ ଛେଚା ଖାଇଥିଲେ। ହେଲେ ନିରଞ୍ଜନ ସେମାନଙ୍କ ପାଇଁ କେବେ ଆଗକୁ ଆସିନାହାନ୍ତି। ସୋନପୁର ସହରର ବହୁ ଆକାଂକ୍ଷିତ ରିଂରୋଡ ଅସମ୍ପୂର୍ଣ୍ଣ ରହିଛି। ଜିଲ୍ଲାର ଦାଦନ ଓ ବେକାରୀ ସମସ୍ୟା ଉତ୍କଟ। ଏଭଳି ଭଳି ଅନେକ ସ୍ଥାନୀୟ ସମସ୍ୟା ରହିଛି। ଏଥିପାଇଁ ସେ କେବେ ରାଜ ରାସ୍ତାକୁ ଓହ୍ଲାଇ ପାରିନାହାନ୍ତି। ତାଙ୍କ ସ୍ବପ୍ନ ସୋନପୁର ଏବଂ ତରଭାକୁ ସ୍ମାର୍ଟ ସହର ଭାବେ ଗଢି ତୋଳିବାକୁ କେବେ ସ୍ୱର ଉତ୍ତୋଳନ କରିନାହାନ୍ତି। ଯେଉଁ ଦିନ ନିରଞ୍ଜନ ତାଙ୍କ ନିଜ ସ୍ବପ୍ନ, ନିକଟ ଲୋକ ଏବଂ ନିଜ ଅଞ୍ଚଳର ସମସ୍ୟାକୁ ନେଇ ସରକାରୀ କଳକୁ ସଂପୂର୍ଣ୍ଣ ଅଚଳ କରି ଠପ୍ କରିପକାଇବେ। ସେ ଦିନ ଜଣା ପଡ଼ିବ ସେ ତାଙ୍କ ପରାକାଷ୍ଠା ଅନୁଯାୟୀ ଶକ୍ତି ପ୍ରଦର୍ଶନ କଲେ। ଜିଲ୍ଲାବାସୀଙ୍କ ପାଇଁ ସେ ସୁଦିନ ନିରଞ୍ଜନ କେବେ ଆଣୁଛନ୍ତି, ଦେଖିବାକୁ ରହିଲା।
ନିରଞ୍ଜନଙ୍କ ଶକ୍ତି ପ୍ରଦର୍ଶନ!
By NtvOdia
No Comments
February 18, 2026

Previous Article
Next Article

ବସନ୍ତ ସୋସିଆଲ ଫାଉଣ୍ଡେସନ ତରଫରୁ ସ୍କୁଲ ମାନଙ୍କୁ କମ୍ପ୍ୟୁଟର ଓ ପ୍ରିଣ୍ଟର ପ୍ରଦାନ
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ

Welcome to NTV Odia(NewOdishaTv) – Odisha’s Fastest Growing Digital News Portal ! NTV Odia is a complete infotainment Odia Digital Media Network (Reg No-OD06D0002237), owned by Ranjan Kumar and managed by a team of senior journalists and freelancers. Our aim is to unite the youth power of Odisha and stand together for truth. Join us, be part of the NTV Odia family, and raise your voice for a better Odisha,India ! 📩 Contact Us: Email – ntvodia24@gmail.com ntvodia@zohomail.in
Related Posts
ଆସନ୍ତା 5 ତାରିଖରେ ରାଜ୍ୟ ବ୍ୟାପି ବିଜେଡି ପାଳିବ ବିଜୁ ପଟ୍ଟନାୟକ ଜୟନ୍ତୀ
March 3, 2026
ରାଜ୍ୟସଭା ନିର୍ବାଚନ ରଘୁନାଥଙ୍କ ପାଇଁ ଅଡ଼ୁଆ ସୂତା!
March 3, 2026



