Home / କ୍ରୀଡା / ସମ୍ପୋଚ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୪ର୍ଥ ବାର୍ଷିକ ଉତ୍ସବ

ସମ୍ପୋଚ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୪ର୍ଥ ବାର୍ଷିକ ଉତ୍ସବ

Screenshot 2026 01 30 163113 NtvOdia

ହରଭଙ୍ଗା (ସର୍ବେଶ୍ୱର କ୍ଷେତି): ହରଭଙ୍ଗା ବ୍ଲକ ଅନ୍ତର୍ଗତ ସମ୍ପୋଚସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ରଜନୀକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୪ର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ବିଧାୟକ ତଥା ଓଡ଼ିଶା ବିଧାନସଭା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି , ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ବିଶିଷ୍ଟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ମୁଖ୍ୟବକ୍ତା, ବ୍ଲକ୍ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଲ ମଣିଷ ହୋଇ ଏକ ବିକଶିତ ଭାରତ ଗଠନରେ ସହାୟକ ହେବା ପାଇଁ ପରାମର୍ଶ ଦେଇଥିଲେ l ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରି ସ୍ଵାଗତ ଭାଷଣ ଦେବା ସହ ମଞ୍ଚ ପରିଚାଳନା କରିଥିଲେ l ଅତିଥିମାନେ ସ୍ମୃତିଫଳକ ମାଧ୍ୟମରେ ବିଦ୍ୟାଳୟର ନୂତନ ଭବନ ଶୁଭ ଉଦ୍ଘାଟନ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନେକ ନୃତ୍ୟ ଗୀତ ସହ ସଂସ୍କୃତ ଶିକ୍ଷକ ଧରଣୀଧର ସାହୁଙ୍କ ନିର୍ଦ୍ଦେଶିତ ଏକାଙ୍କିକା “ବିଲ୍ଵ ମଙ୍ଗଳ” ଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ହୋଇ ଦର୍ଶକ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା l

Leave a Reply

Your email address will not be published. Required fields are marked *