Home / ରାଜନୀତି / ବିଜେପିରେ ସାମିଲ ହେଲେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

ବିଜେପିରେ ସାମିଲ ହେଲେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ

WhatsApp Image 2026 02 06 at 7.53.43 PM NtvOdia

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୁରୀ ଜିଲ୍ଲା ୨୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଶ୍ରୀ କୈଳାଶ ଚନ୍ଦ୍ର ପରିଡା ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନୂଆପଡା ସରପଂଚ ଶ୍ରୀମତୀ କବିତା ଜେନା, ତିତିପ ଗ୍ରାମ ପଂଚାୟତ ସମିତି ସଭ୍ୟ ଶ୍ରୀମତୀ ଶଂଯୁକ୍ତା ସେଠୀ, ଗୁମୁଣ୍ଡିଆ ସରପଂଚ ଶ୍ରୀମତୀ ସୁମିତ୍ରା ପୁହାଣ, ପୂର୍ବତନ ପଂଚାୟତ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ଜେନା, ଦୂର୍ଯ୍ୟୋଧନ କାଣ୍ଡି, ପୂର୍ବତନ ସରପଂଚ ସତ୍ୟନାରାୟଣ ମହାରଣା, ଯୁବନେତା ବସନ୍ତ ନାୟକ, ଜିତେନ୍ଦ୍ର ବେହେରା, ବସନ୍ତ ପରିଡା, ଦେବାଶିଷ ପଲେଇ, ସଂଜୟ ପ୍ରଧାନ, ପ୍ରଦୀପ କୁମାର ପଲେଇ, ରଂଜନ ବାରିକ ପ୍ରମୁଖ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।
ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ବିଜେପିର ଅନ୍ୟ ନାମ ହେଉଛି ବିକାଶ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଏହି ମିଶ୍ରଣ ଦ୍ୱାରା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସମେତ ପୁରୀ ଜିଲ୍ଲାରେ ମଧ୍ୟ ଦଳୀୟ ସଂଗଠନ ବୃଦ୍ଧି ପାଇଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ବିଧାୟକ ଶ୍ରୀ ସରୋଜ ପାଢୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *